/odisha-reporter/media/post_attachments/uploadimage/library/16_9/16_9_0/loot_1702626759.jpg)
loot
ଦୁଇ ଯୁବ ବ୍ୟବସାୟୀଙ୍କୁ ଛୁରାମାଡ଼ କରି ଲୁଟିନେଲେ ଟଙ୍କା ଓ ସୁନା। ଘଟଣା ଘଟିଛି ରାଉରକେଲା ସହରର ପ୍ଲାଣ୍ଟ ସାଇଡ ଥାନା ଅନ୍ତର୍ଗତ ମାଲ୍ ଗୋଦାମ ଅଞ୍ଚଳରେ। ଆହତ ବ୍ୟବସାୟୀ ହେଲେ ପ୍ରଦୀପ ସୋନି ଓ ତାଙ୍କ ସହଯୋଗୀ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ପ୍ରଦୀପ ସୋନି କଲିକୋତା ଯାଇଥିଲେ। ବିଳମ୍ବିତ ରାତିରେ ଟ୍ରେନରେ ଫେରିଥିଲେ। ଷ୍ଟେସନ ପହଞ୍ଚିବା ପରେ ତାଙ୍କ ସହଯୋଗୀ ପ୍ରଦୀପଙ୍କୁ ନେବା ପାଇଁ ସ୍କୁଟି ନେଇ ଆସିଥିଲେ। ସ୍କୁଟିରେ ପ୍ରଦୀପ ଓ ତାଙ୍କ ସହଯୋଗୀ ଘରକୁ ଯିବାବେଳେ ପ୍ଲାଣ୍ଟ ସାଇଡ ଥାନା ଅନ୍ତର୍ଗତ ମାଲ୍ ଗୋଦାମ ଅଞ୍ଚଳରେ ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ। ପରେ ଦୃର୍ବୃତ୍ତମାନେ ପ୍ରଦୀପ ତାଙ୍କ ସହଯୋଗୀଙ୍କୁ ଛୁରାମାଡ କରି ଲୁଟି ନେଇଥିବା ଜଣାଯାଇଛି।
ତେବେ କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣାପଡ଼ି ନାହିଁ। ଏନେଇ ଥାନାରେ ଅଭିଯୋଗ ହୋଇନଥିବା DSP ଅନିଲ ପ୍ରଧାନ କହିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
