Advertisment

ଶ୍ରୀରାମ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ନେଇଗଲେ ଚୋର

ଆଜି ସକାଳେ ମନ୍ଦିର ପୂଜାରି ପୂଜା କରିବାକୁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ।

author-image
Tapaswini Nayak
Temple Loot

Temple Loot

ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ସୁନା ରୁପା ଲୁଟିନେଲେ ଚୋର। ନୟାଗଡ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ଗିରିଗୋବର୍ଦ୍ଧନ ପାହାଡ ଉପରେ ନବନିର୍ମିତ ଶ୍ରୀରାମ ମନ୍ଦିରରୁ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ବିଳମ୍ୱିତ ରାତିରେ ମନ୍ଦରିରୁ ଚୋରି କରି ଫେରାର ମାରିଛନ୍ତି ଦୁର୍ବୃତ୍ତ।

Advertisment

ଆଜି ସକାଳେ ମନ୍ଦିର ପୂଜାରି ପୂଜା କରିବାକୁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏହାସହ ମନ୍ଦିର ଭିତର ହୁଣ୍ଡି ଭଙ୍ଗା ଯାଇଥିବା ଦେଖିଥିଲେ।

ତେବେ ହୁଣ୍ଡିରେ ଭକ୍ତ ଦାନ ଦେଇଥିବା ଟଙ୍କା, ସୁନା, ରୁପା ଏବଂ ଅନ୍ୟାନ୍ୟ ଜିନିଷକୁ ଦୁର୍ବୃତ୍ତ ମାନେ ନେଇଯାଇଥିଲେ। ଏନେଇ ପୂଜକ ମନ୍ଦିର କମିଟିକୁ ଜଣାଇଥିଲେ। ମନ୍ଦିର କମିଟି ପକ୍ଷରୁ ଫତେଗଡ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।

Advertisment
Temple Loot