Advertisment

ବଳଦେବ ଜିଉଙ୍କ ହୁଣ୍ଡି ଭାଙ୍ଗି ଟଙ୍କା ନେଇଗଲେ ଚୋର, ଫିଙ୍ଗି ଦେଇଗଲେ ପୁରୁଣା ନୋଟ୍ ଓ ଖୁଚୁରା ପଇସା

ଆଜି ସକାଳେ ମନ୍ଦିର ପୂଜାରି ପୂଜା କରିବାକୁ ଆସିଥିବା ବେଳେ ହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ।

ଅଦ୍ୟତନ ହୋଇଛି
Loot

Loot

Advertisment

ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଓ ଅନ୍ୟାନ ସାମଗ୍ରୀ ନେଇଗଲେ ଚୋର। କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜିଉଙ୍କ ମନ୍ଦିରରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି।

Advertisment

ଆଜି ସକାଳେ ମନ୍ଦିର ପୂଜାରି ପୂଜା କରିବାକୁ ଆସିଥିବା ବେଳେ ହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ଲୋକ ଓ ପୁଲିସକୁ ଜଣାଇଥିଲେ। ଚୋରମାନେ ହୁଣ୍ଡିରୁ ସବୁ ଟଙ୍କା ନେଇ ଯାଇଥିବା ବେଳେ ପୁରୁଣା ଏଵଂ ଖୁଚୁରା ଟଙ୍କା ସବୁ ଫିଙ୍ଗି ଦେଇଯାଇଛନ୍ତି।

ଗତ ରଥଯାତ୍ରା ପରଠୁ ହୁଣ୍ଡିଖୋଲା ଯାଇନଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି। ଅନ୍ୟ ପକ୍ଷରେ ହୁଣ୍ଡି ନିକଟରେ ସିସିଟିଭି ଲାଗିଥିବା ବେଳେ ଏହା କାର୍ଯ୍ୟ କରୁନଥିବା ଜଣାପଡିଛି। ତେବେ ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡମାନଙ୍କ ଅବହେଳା ଯୋଗୁ ଆଜି ହୁଣ୍ଡିରୁ ଚୋରି ହେବା ସହ ପୂର୍ବରୁ ମନ୍ଦିର ପରିସର ଭିତରୁ ଚନ୍ଦନ ଗଛ କାଟି ଚୋରି ହୋଇଯାଇଥିବା ଅଭିଯୋଗ କରିଛନ୍ତି ମନ୍ଦିରର ପହଣ୍ଡିଆ ସେବକ।

Advertisment
Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe