Advertisment

ମାଷ୍ଟରକ୍ୟାଣ୍ଟିନରୁ ଅଟୋରେ ଫେରୁଥିଲେ ଯୁବକ, ନିଶା ଦେଇ ଲୁଟିନେଲେ ଟଙ୍କା ଓ ସୁନା

ଏହି ଘଟଣାରେ ପରେ କମିଶନରେଟ୍‌ ପୁଲିସର ରାତ୍ର ପେଟ୍ରୋଲିଂ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Auto rickshaw

Autoo rickshaw

Advertisment

ଅଟୋରେ ନିଶା ଦେଇ ଯୁବକଙ୍କଠାରୁ ଟଙ୍କା ଓ ସୁନା ଲୁଟିନେଲେ ଦୁର୍ବୃତ୍ତ। ପାର୍କ ନିକଟରୁ ଯୁବକଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।

Advertisment

ଗତକାଲି ଯୁବକ ଜଣଙ୍କ ଦିଲ୍ଲୀରୁ ଟ୍ରେନ ଯୋଗେ ଭୁବନେଶ୍ୱର ଫେରିଥିଲେ। ବିଳମ୍ବିତ ରାତି ହେବାରୁ ସେ ମାଷ୍ଟରକ୍ୟାଣ୍ଟିନରୁ ଅଟୋ ଯୋଗେ କଳିଙ୍ଗ ନଗରରେ ଥିବା ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଯୁବକଙ୍କୁ ଅଟୋରେ ନିଶା ଦିଆଯାଇଥିବା ଜଣାପଡ଼ିଛି। ଆଜି ସକାଳେ ଯୁବକଙ୍କୁ ପୋଖରୀପୁଟ ମଧୁସୂଦନ ପାର୍କ ନିକଟରୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଯୁବକଙ୍କ ପାଖରୁ ୨୦ ହଜାର ଟଙ୍କା, ସୁନା ଚେନ୍ ଓ ମୁଦି ଦୁର୍ବୃତ୍ତମାନେ ଲୁଟି ନେଇଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ଏହି ଘଟଣାରେ ପରେ କମିଶନ ରେଟ୍‌ ପୁଲିସର ରାତ୍ର ପେଟ୍ରୋଲିଂ ନେଇ ପ୍ରଶ୍ନବାଚୀ ସୃଷ୍ଟି  ହୋଇଛି। ଏହାସହ ଯେପରି ଲାଗୁଛି ରାଜଧାନୀ ଏବେ ଅସୁରକ୍ଷିତ ପଡ଼ିଛି। ଦିନକୁ ଦିନ ଏଠାରେ ଅପରାଧ ବଢ଼ିଚାଲିଛି। ପୁଲିସ ଆଖିରେ ଆଙ୍ଗୁଳି ଗେଞ୍ଜି ଅପରାଧୀମାନେ ଦିନ ଦ୍ୱିପରରେ ହେଉବା ବିଚ୍‌ ରାସ୍ତାରେ ହତ୍ୟା ଓ ଲୁଟ୍‌ କରିବାକୁ ପଛାଉନାହାନ୍ତି।

Advertisment
Bhubaneswar , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe