Advertisment

ସୁର ରାଉତରାୟଙ୍କ ପୁଅ ଅଫିସରେ ପଶିଲେ ଦୁର୍ବୃତ୍ତ; ବ୍ୟାନର ଚିରିଲେ ଓ ଭଙ୍ଗାରୁଜା କଲେ

ଗତକାଲି କିଛି ଦୁର୍ବୃତ୍ତ  ଅଫିସ ଭିତରେ ପଶି ଭଙ୍ଗାରୁଜା କରିବା ସହ ସିଦ୍ଧାର୍ଥଙ୍କ ନାଁରେ ଲାଗିଥିବା ବ୍ୟାନରକୁ ଚିରି ଦେଇଥିଲେ।

Congress

Congress

Advertisment

ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ତଥା କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟଙ୍କ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। ଏହାସହ ଅଫିସକୁ ଠେଲାପଥରମାଡ଼ କରିଛନ୍ତି। ଦୁର୍ବୃତ୍ତମାନେ ଗେଟ ସାମ୍ନାରେ ମଦ ବୋତଲ ଭାଙ୍ଗିବା ସହିତ ସିଦ୍ଧାର୍ଥ ରାଉତରାୟଙ୍କ ବ୍ୟାନର ଚିରିଥିବା ଅଭିଯୋଗ ହୋଇଛି।

Advertisment

ସିଦ୍ଧାର୍ଥ ରାଉତରାୟ ନିମାପଡ଼ାରେ କଂଗ୍ରେସ ଅଫିସ କରିଛନ୍ତି। ସେ ପ୍ରତିଦିନ ଏଠାକୁ ଆସି ଲୋକଙ୍କୁ ଭେଟିବା ସହ ଆଲୋଚନା କରିଥାନ୍ତି। ଗତକାଲି କିଛି ଦୁର୍ବୃତ୍ତ  ଅଫିସ ଭିତରେ ପଶି ଭଙ୍ଗାରୁଜା କରିବା ସହ ସିଦ୍ଧାର୍ଥଙ୍କ ନାଁରେ ଲାଗିଥିବା ବ୍ୟାନରକୁ ଚିରି ଦେଇଥିଲେ। ଏହାସହ ଗେଟ୍‌ ସମ୍ମୁଖରେ ମଦ ବୋତଲ ଭାଙ୍ଗି ପଳାଇଥିଲେ। 

ସିଦ୍ଧାର୍ଥ ରାଉତରାୟ କହିଛନ୍ତି, କିଏ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି ଆମେ ଜାଣିନାହୁଁ। ବିଜେଡି ଏପରି କରିଥାଇପାରେ, ଆଉ କିଏ ଏପରି କାମ କରିବ? ସେମାନେ ବହୁବର୍ଷ ଶାସନ କଲେଣି, ଏଥିପାଇଁ କାହାକୁ ତାଙ୍କର ଭୟ ନାହିଁ। ମୁଁ ନିର୍ବାଚନ ନ ଲଢ଼େ ଏଥିପାଇଁ ଏପରି କରାଯାଇଥାଇ ପାରେ। ଥାନା ସମ୍ମୁଖରେ ମୋ ଅଫିସ ରହିଛି। ହେଲେ ଦୁର୍ବୃତ୍ତମାନେ ଅଫିସରେ ପଶି ଭଙ୍ଗାରୁଜା କରିବା ସହ ପୋଷ୍ଟରରେ ନିଆଁ ଲଗାଇ ଦେଇଛନ୍ତି।  ମୁଁ ଏନେଇ ଥାନାରେ ଅଭିଯୋଗ କରିଛି।

Advertisment
Sura Routray' Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe