Advertisment

ଚଢ଼ାଉ ପାଇଁ ଯାଇଥିଲେ ମାଇନିଙ୍ଗ ଅଫିସର;ମରଣାନ୍ତକ ଆକ୍ରମଣ କଲେ ଖଣି ମାଫିଆ

ମାଇନିଙ୍ଗ ଅଫିସର ଜଗନ୍ ବେହେରାଙ୍କୁ ଖଣି ମାଫିଆମାନେ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି।

author-image
Tapaswini Nayak
Attack

Attack

ବେଆଇନ ପଥର କଟାକୁ ବିରୋଧ କରିବାରୁ ମାଇନିଙ୍ଗ ଅଫିସରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ମାଇନିଙ୍ଗ ଅଫିସର ଜଗନ୍ ବେହେରାଙ୍କୁ ଖଣି ମାଫିଆମାନେ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ ଭର୍ତ୍ତି କରାଯାଇଛି। ତାଙ୍କ ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। 

Advertisment

ଖୋର୍ଦ୍ଧା ଟାଉନ ଥାନା ଗୁଡୁମ ପଥର ଖଣିରେ ବେଆଇନ ପଥର କଟା ଚାଲିଥିବା ଜଗନ୍ କୌଣସି ସୂତ୍ରରୁ ଖବର ପାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ଏହାସହ ଜଗନ୍ ନିଜେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଗନ୍‌ଙ୍କୁ ୭ରୁ ୮ ଜଣ ଖଣି ମାଫିଆ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ହେଲେ ପୁଲିସ ଘଟଣାସ୍ଥଳରେ ପହଞ୍ଚିନଥିଲା।

ଏନେଇ ଜଗନ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଖୋର୍ଦ୍ଧା ଟାଉନ ଥାନା ପୁଲିସ ଜଗନଙ୍କୁ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Advertisment
Khordha