Advertisment

କୁଖ୍ୟାତ ଅପରାଧୀଙ୍କୁ ଗୋଡ଼ାଇଲେ ୧୦ ଯୁବକ, ପକାଇଲେ ଖଣ୍ଡା ଚୋଟ

ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ସହର ମାଳପଡା ମେଟକାନି ମନ୍ଦିର ନିକଟରେ କୁଖ୍ୟାତ ଅପରାଧୀ ସୌମ୍ୟ ବୁଲୁଥିଲା।

Bolangiri

Bolangiri

Advertisment

ବଲାଙ୍ଗିର ସହର ଭିତରେ ବୁଲିଲା ଖଣ୍ଡା । କୁଖ୍ୟାତ ଅପରାଧୀ ସୌମ୍ୟରଞ୍ଜନ ଦାସକୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି ସୌମ୍ୟରଞ୍ଜନ ।

Advertisment

ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ସହର ମାଳପଡା ମେଟକାନି ମନ୍ଦିର ନିକଟରେ କୁଖ୍ୟାତ ଅପରାଧୀ ସୌମ୍ୟ ବୁଲୁଥିଲା। ଏହି ଖବର ପାଇ ୧୦ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ଅତର୍କିତ ଭାବେ ସୌମ୍ୟକୁ ଖଣ୍ଡାରେ ଚୋଟ ଉପରେ ଚୋଟ ମାରିଥିଲେ।

ସୌମ୍ୟ ରକ୍ତାକ୍ତ ହୋଇ ତଳେ ପଡ଼ି ଯାଇଥିବା ବେଳେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଥିଲେ। ଖବର ପାଇ ପୁଲିସ ଗୁରୁତର ଅବସ୍ଥାରେ ସୌମ୍ୟକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ସୌମ୍ୟ ନାଁରେ ଡକାୟତି, ହତ୍ୟା ଭଳି ଅଭିଯୋଗ ରହିଛି। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି । ଟାଉନ ଥାନା ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୁଲିସ୍‌ କାହାକୁ ଗିରଫ କରିନି।

Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe