Advertisment

ଆଖିରେ ଲଙ୍କା ଗୁଣ୍ଡ ପକାଇ ହାତକୁ ଖଣ୍ଡାରେ ହାଣି ଲୁଟି ନେଲେ ୩ ଲକ୍ଷ ଟଙ୍କା

ଘରୁ ଟଙ୍କା ନେଇ ଗ୍ୟାରେଜକୁ ଯାଉଥିବା ବେଳେ ଲୁଟ୍‌ର ଶିକାର।

author-image
Jitendra Garnayak
Victim

Victim

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ହଳଦିଆପଦରରେ ଜଣେ ଗ୍ୟାରେଜ ମାଲିକଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ଓ ତାଙ୍କ ହାତକୁ ଖଣ୍ଡାରେ ହାଣି ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ୨ରୁ ୩ ଜଣ ଦୁର୍ବୃତ୍ତ।

Advertisment

ଲୁଟର ଶିକାର ହୋଇଥିବା ତଥା ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଥିବା ଗ୍ୟାରେଜ ମାଲିକଙ୍କ ନାଁ କୁନାଚନ୍ଦ୍ର କଠୁଆ। ଆଜି ଦିନ ପ୍ରାୟ ୧୧ଟା ବେଳେ ସେ ଘରୁ ଟଙ୍କା ନେଇ ତାଙ୍କ ଗ୍ୟାରେଜକୁ ଯାଉଥିଲେ। ହଳଦିଆପଦର ଇସ୍କନ ମନ୍ଦିର ନିକଟରେ ତାଙ୍କୁ ଦୁଇ-ତିନି ଜଣ ଦୁର୍ବୃତ୍ତ ଅଟକାଇ ଥିଲେ। ସେମାନେ ପୂର୍ବରୁ ସେଠାରେ ଥିଲେ। ସେମାନଙ୍କ ସହିତ କୁନାଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ସେମାନେ ତାଙ୍କ ମୁହଁରେ ଲଙ୍କାଗୁଣ୍ଡ ପକାଇ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ସେଠାରେ ଜମା ହେବାରୁ ଦୁର୍ବୃତ୍ତମାନେ ଟଙ୍କା ଧରି ସେଠାରୁ ଫେରାର ହୋଇଯାଇଥିଲେ।

କୁନାଙ୍କ ଶାଳକ ନାରାୟଣ ପାତ୍ର କହିଛନ୍ତି ଯେ ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଥିବାରୁ ତାଙ୍କ ଭିଣୋଇଙ୍କର ବାଁ ହାତର ଏକ ଆଙ୍ଗୁଠି ପୂରା ଛିଡ଼ି ଯାଇଛି। ଦୁର୍ବୃତ୍ତମାନେ ମୋବାଇଲଟି ମଧ୍ୟ ନେଇ ଯାଇଛନ୍ତି।

Advertisment

କୁନାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

Loot Crime Lootera