Advertisment

ଜୁଏଲାରୀରେ ପଶିଲେ ଦୁର୍ବୃତ୍ତ, ମାଲିକ ବାପପୁଅଙ୍କୁ ହାଣି ଲୁଟି ନେଲେ

ଦୁର୍ବୁତ୍ତମାନେ ଜୁଏଲାରୀ ମାଲିକ ଏବଂ ତାଙ୍କ ପୁଅଙ୍କ ଉପରକୁ ଗୁଳି ଚଳାଇବା ସହ ଧାରୁଆ ଅସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିବା ଜଣାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Jewellery

Jewellery

ଗୁଳି ଫୁଟାଇ ଜୁଏଲାରୀରୁ ଦୁର୍ବୁତ୍ତ ଲୁଟିନେଲେ ଟଙ୍କା ସହ ସୁନା ଅଳଙ୍କାର । ଏଥିସହ ଦୁର୍ବୁତ୍ତମାନେ ଜୁଏଲାରୀ ମାଲିକ ଏବଂ ତାଙ୍କ ପୁଅଙ୍କ ଉପରକୁ ଗୁଳି ଚଳାଇବା ସହ ଧାରୁଆ ଅସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିବା ଜଣାଯାଇଛି। ଏପରି ଏକ ଘଟଣା ପୁରୀର ରେଡ଼କ୍ରସ ରୋଡ଼ ନିକଟରେ ଥିବା ୱାନ ଗ୍ରାମ ଗୋଲଡ ଏସ.ଆର ଜୁଏଲାରୀରେ ଗତ ରାତିରେ ଘଟିଛି।

Advertisment

ଗତ ରାତିରେ ୪ରୁ ଅଧିକ ଦୁର୍ବୁତ୍ତ ପଶି ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ସେମାନେ ବନ୍ଧୁକ ଏବଂ ବିଭିନ୍ନ ମରଣାସ୍ତ୍ର ଧରି ଦୋକାନରେ ପଶିଥିଲେ। ଏହାଦେଖି ଦୋକାନ ମାଲିକ ଏବଂ ତାଙ୍କ ପୁଅ ସେମାନଙ୍କୁ ବିରୋଧ କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। କେବଳ ସେତିକି ନୁହେଁ, ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଦୁର୍ବୁତ୍ତଙ୍କ ଆକ୍ରମଣରେ ଜୁଏଲାରୀ ମାଲିକ ଏବଂ ତାଙ୍କ ପୁଅ ଆହତ ହୋଇଛନ୍ତି।

ଗତ ରାତିରେ ୪ରୁ ଅଧିକ ଦୁର୍ବୁତ୍ତ ପଶି ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। କୁମ୍ଭାରପଡା ପୁଲିସ ସହ ସିଟି ଡ଼ିଏସପି ଏବଂ ବିଭିନ୍ନ ଥାନାର ଅଧିକାରୀ ପହଞ୍ଚି ଖୋଳତାଡ଼ କରୁଛନ୍ତି। ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଧରାଯିବ ବୋଲି କହିଛି କୁମ୍ଭାରପଡ଼ା ପୁଲିସ ।

Advertisment
Puri Loot Gold Loot