/odisha-reporter/media/post_attachments/uploadimage/library/16_9/16_9_0/IMAGE_1727079650.jpg)
police station
ସରପଞ୍ଚଙ୍କୁ ଆକ୍ରମଣ କରି ଲୁଟି ନେଲେ ଟଙ୍କା,ସୁନା। ଏପରି ଘଟଣା ଘଟିଛି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରେ। ଏନେଇ ସରପଞ୍ଚ ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Advertisment
ଅଭିଯୋଗ ଅନୁସାରେ, ଗତକାଲି ରାତିରେ କୌଣସି କାମ ପାଇଁ ଅନନ୍ତପୁରର ସରପଞ୍ଚ ଶକ୍ତିକାନ୍ତ ସାହୁ ଖୁଣ୍ଟୁଣୀ ଥାନାକୁ ଆସିଥିଲେ। ଥାନାରୁ କାମ ସାରି ଘରକୁ ଫେରିବା ବେଳେ ଘାଣ୍ଟିଖାଲ ନଦୀମୁହାଣ ନିକଟରେ ୪ ଜଣ ଦୁର୍ବୃତ୍ତ ତାଙ୍କ କାରକୁ ଅଟକାଇଥିଲେ।
ସରପଞ୍ଚ ଗାଡ଼ି ରଖିବାରୁ ଟଙ୍କା ଓ ସୁନା ଦେବାକୁ ଦୁର୍ବୃତ୍ତମାନେ ତାଙ୍କୁ ଧମକ ଦେଇଥିଲେ। ପରେ ଦୁର୍ବୃତ୍ତମାନେ ସରପଞ୍ଚଙ୍କୁ ଗାଡ଼ିରୁ ଟାଣି ଆଣି ନିର୍ଧୂମ ମାଡ଼ ମାରିବା ସହ ତାଙ୍କ ପାଖରେ ଥିବା ଟଙ୍କା ଓ ସୁନା ନେଇ ଚମ୍ପଟ ମାରିଥିଲେ। ଏଥିସହ ଦୁର୍ବୃତ୍ତମାନେ ସରପଞ୍ଚଙ୍କ ଗାଡ଼ି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ସରପଞ୍ଚ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତକୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
