Advertisment

କାରରୁ ଟାଣି ନେଇ ସରପଞ୍ଚଙ୍କୁ ହାଣିଦେଲେ

ଗତକାଲି ପ୍ରଶାନ୍ତ ଓ ଅନ୍ୟ ଜଣେ ବ୍ୟକ୍ତି ବ୍ଲକ୍ କାର୍ଯ୍ୟାଳୟରୁ ବାହାରି କାର୍‌ରେ କୌଣସି କାମରେ ଯାଉଥିଲେ।

author-image
Tapaswini Nayak
 Attack

Attack

କାରରୁ ଟାଣି ନେଇ ସରପଞ୍ଚଙ୍କୁ ଭୁଜାଲିରେ ହାଣିଦେଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିଆଲି ବ୍ଲକ କାର୍ଯ୍ୟାଳୟ ନିକଟରେ।ସରପଞ୍ଚଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ସରପଞ୍ଚ ଜଣଙ୍କ ହେଲେ ଇଚ୍ଛାପୁର ସରପଞ୍ଚ ପ୍ରଶାନ୍ତ ସାହୁ।

Advertisment

ଗତକାଲି ପ୍ରଶାନ୍ତ ଓ ଅନ୍ୟ ଜଣେ ବ୍ୟକ୍ତି ବ୍ଲକ୍ କାର୍ଯ୍ୟାଳୟରୁ ବାହାରି କାର୍‌ରେ କୌଣସି କାମରେ ଯାଉଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ କାର୍‌କୁ ଉଠାଇଥିଲେ। ପରେ ସରପଞ୍ଚଙ୍କୁ ଟାଣି ନେଇ ଭୁଜାଲିରେ ଚୋଟ ପରେ ଚୋଟ ପକାଇଥିଲେ। ପ୍ରଶାନ୍ତ ନିଜ ଜୀବନ ବଞ୍ଚାଇବା ପାଇଁ ସରକାରୀ କ୍ୱାର୍ଟର୍ସ ଭିତରକୁ ଦୌଡ଼ି ପଳାଇଥିଲେ। ହେଲେ ଦୁର୍ବୃତ୍ତମାନେ ସରକାରୀ ବାସ ଭବନର ଗେଟକୁ ଲାତମାରି ଭିତରକୁ ପ୍ରବେଶ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। କିଛି ପରେ ସେଠାରୁ ପଳାଇ ଯାଇଥିଲେ।

ପରେ ସରପଞ୍ଚଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ  ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ତେବେ କେଉଁ କାରଣ ପାଇଁ ସରପଞ୍ଚଙ୍କୁ ଦୃର୍ବୁତ୍ତମାନେ ଆକ୍ରମଣ କଲେ ତାର କାରଣ ଜଣାପଡ଼ିନାହିଁ। ଡୁଙ୍ଗୁରିପାଲି ପୁଲିସ ଘଟଣାର କରୁଛି।

Advertisment
Sonepur