Bank
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଜରଡ଼ ଛକ ନିକଟ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଶନିବାର ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ହୋଇଛି। ଲୁଟେରାମାନେ ସିସିଟିଭି ଓ ତାଲା ଭାଙ୍ଗି ବ୍ୟାଙ୍କ ଭିତରକୁ ଯିବାରେ ସଫଳ ହୋଇଥିଲେ। ତେବେ ଷ୍ଟ୍ରଙ୍ଗ ରୁମରେ ପଶି ଲୁଟ୍ କରିବାକୁ ଉଦ୍ୟମ କଲା ବେଳେ ବାଜିଥିଲା ସାଇରନ।
Advertisment
ସାଇରନ୍ର ଶବ୍ଦ ଶୁଣି ଦୁର୍ବୃତ୍ତମାନେ ଡରି ଯାଇଥିଲେ ଓ ସେଠାରୁ ଫେରାର ହୋଇଯାଇଥିଲେ। ଫଳରେ ସେମାନ ବ୍ୟାଙ୍କରୁ ଟଙ୍କା ଲୁଟିବାରେ ବିଫଳ ହୋଇଥିଲେ।
ଅନ୍ୟପକ୍ଷରେ ବ୍ୟାଙ୍କର ସାଇରନ ବାଜିବାରୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କବିସୂର୍ଯ୍ୟନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ଲୁଟେରାଙ୍କ ସଂପର୍କରେ କିଛି ଜଣାପଡ଼ି ନଥିବା ବେଳେ ପୁଲିସ ତା’ର ତଦନ୍ତ ଜାରି ରଖିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
