Advertisment

ମହାଦେବ ମନ୍ଦିରରେ ବୋଳିଲେ ଗୋବର ଓ ମାଟି

କାମାକ୍ଷାନଗର ଥାନା ଶିବୁଳାପଶି ଗାଁରେ ରହିଛି ବହୁ ପୁରାତନ ଐତିହ୍ୟ ସମ୍ପନ୍ନ ବାବା ସ୍ୱପ୍ନେଶ୍ୱର ଶିବ ମନ୍ଦିର। ପ୍ରତିଦିନ ଏଠାକୁ ବହୁ ଶ୍ରଦ୍ଧାଳୁ ପୂଜା କରିବା ପାଇଁ ଆସିଥାଆନ୍ତି। ହେଲେ ଆଜି ଏହି ମହାଦେବ ମନ୍ଦିରରେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର।

author-image
Manoranjan Sial
Temple

Temple

ମହାଦେବ ମନ୍ଦିରରେ ବୋଳିଲେ ଗୋବର ଓ ମାଟି। କିଏ ଓ କାହିଁକି ଏପରି କାର୍ଯ୍ୟ କରିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ତେବେ ଏନେଇ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ଏପରି ଚିତ୍ର ଆସିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳରୁ।

Advertisment

କାମାକ୍ଷାନଗର ଥାନା ଶିବୁଳାପଶି ଗାଁରେ ରହିଛି ବହୁ ପୁରାତନ ଐତିହ୍ୟ ସମ୍ପନ୍ନ ବାବା ସ୍ୱପ୍ନେଶ୍ୱର ଶିବ ମନ୍ଦିର। ପ୍ରତିଦିନ ଏଠାକୁ ବହୁ ଶ୍ରଦ୍ଧାଳୁ ପୂଜା କରିବା ପାଇଁ ଆସିଥାଆନ୍ତି। ହେଲେ ଆଜି ଏହି ମହାଦେବ ମନ୍ଦିରରେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର। କେହି ଦୁର୍ବୃତ୍ତ ମନ୍ଦିରର ସମ୍ପୂର୍ଣ୍ଣ ମୁଖଶାଳା, ଦେବାଦେବୀଙ୍କ ସ୍ଥାପିତ ସ୍ଥାନ, ପାର୍ଶ୍ୱ ମୂର୍ତ୍ତି, ମନ୍ଦିର କାନ୍ଥ ଆଦିରେ ଗୋବର ଓ ମାଟି ଲେପି ଦେଇଛି। ସମ୍ପୂର୍ଣ୍ଣ ମନ୍ଦିରଟିକୁ ଅତି କଦର୍ଯ୍ୟ ଓ କଦାକାର କରି ଦେଇଛି।

ଏହି ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରି କାର୍ଯ୍ୟକୁ ଦେବୋତ୍ତର ସ୍ୱପ୍ନେଶ୍ୱର ମହାଦେବ ଟ୍ରଷ୍ଟ କମିଟିର ସଦସ୍ୟମାନେ ନାପସନ୍ଦ କରିଛନ୍ତି। ଏ ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Advertisment

ନିକଟରେ ୪ ଲକ୍ଷ ଟଙ୍କା ବ୍ୟୟରେ ଫାଇଭ -ଟି ଜରିଆରେ ମନ୍ଦିରର ରଙ୍ଗ କାର୍ଯ୍ୟ କରାଯାଇଥିଲା।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Dhenkanal