Advertisment

ଶିଳାନ୍ୟାସ ପୂର୍ବରୁ ଫଳକ ଭାଙ୍ଗିଦେଲେ ଦୁର୍ବୃତ୍ତ

ଫଳକରେ ସ୍ଥାନୀୟ ସରପଞ୍ଚ ପୁଷ୍ପଲତା ଦାସଙ୍କ ନାମ ନଥିବାରୁ ତାଙ୍କ ସମର୍ଥକ ଏପରି କରିଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଅଦ୍ୟତନ ହୋଇଛି
Name Plate

Name Plate

Advertisment

ଜଗତସିଂହପୁର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ମଣ୍ଡସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂଆ ବର୍ହିଃ ଚିକିତ୍ସା ବିଭାଗ କୋଠା ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ହେବାକୁ ଥିବା ବେଳେ ତା’ପୂର୍ବରୁ କେହି ଦୁର୍ବୃତ୍ତ ନାମ ଫଳକଙ୍କୁ ଭାଙ୍ଗି ଦେଇଛନ୍ତି।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ଅପରାହ୍ନ ୪ଟାରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ କିଏ ଏହି କାଣ୍ଡ ଘଟାଇଛି, ତାହା ଜଣାପଡ଼ିନାହିଁ।

ଫଳକରେ ସ୍ଥାନୀୟ ସରପଞ୍ଚ ପୁଷ୍ପଲତା ଦାସଙ୍କ ନାମ ନଥିବାରୁ ତାଙ୍କ ସମର୍ଥକ ଏପରି କରିଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେବେ ସରପଞ୍ଚଙ୍କ ପ୍ରତିନିଧି ଅଶୋକ ଭୋଇ ଫଳକ ଭଙ୍ଗା ଘଟଣାକୁ ନିନ୍ଦା କରିଛନ୍ତି ଓ ଫଳକରେ ସରପଞ୍ଚଙ୍କ ନାମ ନରହିବା ନିନ୍ଦନୀୟ ବୋଲି କହିଛନ୍ତି।

Advertisment

ମେଡିକାଲ ଅଫିସର ସୁରେଶ ଲେଙ୍କା ଘଟଣା ସଂପର୍କରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ପୁଣିଥରେ ଫଳକ ଲଗାଯାଇ ଶିଳାନ୍ୟାସ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ହେବ ବୋଲି କହିଛନ୍ତି ମେଡିକାଲ ଅଫିସର। 

ଦୁଇ ଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକ ବତୀଘର ପଞ୍ଚାୟତ ନିପାଣିଆ ଖୋଳା ନାଳରେ ନବନିର୍ମିତ ବିଜୁ ସେତୁକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଲୋକାର୍ପଣ କରିବାକୁ ପହଞ୍ଚିବା ପୂର୍ବରୁ କେହି ଫଳକକୁ ଭାଙ୍ଗି ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe