ରାଜନୈତିକ ଶତ୍ରୁତା ନେଲା ଉଗ୍ର ରୂପ । ଘରେ ପଶି ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁବୃର୍ତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।
ଏପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପାରିନୁଆଗାଁରେ ଘଟିଛି। ଗୁରୁତର ଯୁବକଜଣକ ହେଲେ ପାରିନୁଆଗାଁ ର ଗୋବିନ୍ଦ ପ୍ରଧାନଙ୍କ ପୁଅ ବିପ୍ର ପ୍ରଧାନ ।
Also Read
ବିପ୍ର ପ୍ରଧାନ ଘରେ ଥିବା ବେଳେ ହଠାତ ୩ ଦୁବୃର୍ତ୍ତ ତାଙ୍କ ଘରେ ପଶି ଯାଇଥିଲେ। ସେଠାରେ ସେମାନେ ତାଙ୍କୁ ଖଣ୍ଡାରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏଥିଯୋଗୁ ବିପ୍ରଙ୍କ ମୁଣ୍ଡ, ପେଟ ଓ ହାତରେ ଗଭୀର ଆଘାତ ଲାଗିଛି।
ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ପୁଲିସ ସୂଚନା ଦେଇଛି। ଘଟଣା ସ୍ଥଳରେ ଖଲ୍ଲିକୋଟ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରିଟାର୍ଡ ଆଇଏଏସ୍ ବିନୋଦ କୁମାର ଓ ଅନ୍ୟ ୨ଜଣଙ୍କୁ ୩ବର୍ଷ ସଶ୍ରମ ଜେଲ୍
୧୯୮୯ ବ୍ୟାଚ୍ ଆଇଏଏସ୍ ବିନୋଦ କୁମାରଙ୍କୁ ରାଜ୍ୟ ସରକାର ୨୦୨୨ ମସିହାରେ ଚାକିରିରୁ ବହିଷ୍କୃତ କରିଥିଲେ। ଓଆରଏଚଡିସି ଦୁର୍ନୀତି ଓ ଅର୍ଥ ତୋଷାରପାତ ମାମଲାରେ ଏହି ସଂସ୍ଥାର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଦଶମ ଥର ପାଇଁ ଦୋଷୀସାବ୍ୟସ୍ତ ହୋଇଛନ୍ତି।
Crime
ଗତକାଲିଠୁ ନିଖୋଜ ଥିଲେ ନାବାଳକ; ବସ୍ତାରୁ ମିଳିଲା ମୃତଦେହ
ନାବାଳକଙ୍କୁ ହତ୍ୟା କରି ବସ୍ତାରେ ପୂରାଇ ପଡ଼ୋଶୀର ଘର ସମ୍ମୁଖରେ ଫିଙ୍ଗିଦେଲେ।
Crime
ନିଶା ହେଲା କାଳ, ବଚସାରୁ କାଟି ଦେଲେ ଯୁବକଙ୍କ ତଣ୍ଟି
ସାମାନ୍ୟ ବଚସାରୁ ଘଟିଲା ଅଭାବନୀୟ କାଣ୍ଡ । ବ୍ଲେଡରେ ଜଣେ ଯୁବକଙ୍କ ତଣ୍ଟି କାଟିଦେଲେ ନିଶାସକ୍ତ ଜଣେ ଯୁବକ ।
Crime
ସରକାରୀ କ୍ୱାର୍ଟର୍ସରୁ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଗଣେଶ ବର୍ଷେ ହେବ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ।
Crime
ହାର୍ଡକୋର ନକ୍ସଲ ପ୍ରଭାକର ଗିରଫ; ୨୫ ଲକ୍ଷ ଥିଲା ପୁରସ୍କାର ରାଶି
ପ୍ରଭାକରଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।