ଘରେ ପଶିଲେ, ଯୁବକଙ୍କୁ ହାଣି ଲହୁଲୁହାଣ କଲେ

ବିପ୍ର ପ୍ରଧାନ ଘରେ ଥିବା ବେଳେ ହଠାତ ୩ ଦୁବୃର୍ତ୍ତ ତାଙ୍କ ଘରେ ପଶି ଯାଇଥିଲେ। ସେଠାରେ ସେମାନେ ତାଙ୍କୁ ଖଣ୍ଡାରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ।

ପ୍ରତିକାତ୍ମକ ଚିତ୍ର

  • Published: Saturday, 05 October 2024
  • , Updated: 05 October 2024, 08:06 AM IST

ରାଜନୈତିକ ଶତ୍ରୁତା ନେଲା ଉଗ୍ର ରୂପ । ଘରେ ପଶି ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁବୃର୍ତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।

ଏପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପାରିନୁଆଗାଁରେ ଘଟିଛି। ଗୁରୁତର ଯୁବକଜଣକ ହେଲେ ପାରିନୁଆଗାଁ ର ଗୋବିନ୍ଦ ପ୍ରଧାନଙ୍କ ପୁଅ ବିପ୍ର ପ୍ରଧାନ ।

ବିପ୍ର ପ୍ରଧାନ ଘରେ ଥିବା ବେଳେ ହଠାତ ୩ ଦୁବୃର୍ତ୍ତ ତାଙ୍କ ଘରେ ପଶି ଯାଇଥିଲେ। ସେଠାରେ ସେମାନେ ତାଙ୍କୁ ଖଣ୍ଡାରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏଥିଯୋଗୁ ବିପ୍ରଙ୍କ ମୁଣ୍ଡ, ପେଟ ଓ ହାତରେ ଗଭୀର ଆଘାତ ଲାଗିଛି। 

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ପୁଲିସ ସୂଚନା ଦେଇଛି। ଘଟଣା ସ୍ଥଳରେ ଖଲ୍ଲିକୋଟ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି। 

Related story