Advertisment

ସ୍କୁଲକୁ ଯାଉଥିଲେ ଛାତ୍ର, ମାଡ଼ି ବସି ଇଞ୍ଜେକସନ୍‌ ଦେଇଦେଲେ ୫ ଦୁର୍ବୃତ୍ତ

ସ୍କୁଲ ଯାଉଥିବା ବାଟରେ ୫ ଯୁବକ ମାଡ଼ି ବସି ଜଣେ ଛାତ୍ରଙ୍କୁ ଏକ ଇଞ୍ଜେକସନ୍‌ ଦେଇଦେଲେ। ଫଳରେ ସେଠାରେ ସେ ଅଚେତ ହୋଇ ପଡ଼ିଥିଲେ।

author-image
Niharika Rout
Treatment

Treatment

ସ୍କୁଲକୁ ପଢ଼ିବାକୁ ଯାଉଥିବା ଛାତ୍ରଙ୍କ ସହ ଘଟିଲା ଅଘଟଣ। ବାଟରେ ୫ ଯୁବକ ମାଡ଼ି ବସି ତାଙ୍କୁ ଏକ ଇଞ୍ଜେକସନ୍‌ ଦେଇଦେଲେ। ଫଳରେ ସେଠାରେ ଅଚେତ ହୋଇ ପଡ଼ିଥିବା ଛାତ୍ର ଏବେ ଚିକିତ୍ସାଧୀନ ଅଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଆଜି ସକାଳେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗବଯୋର ଗାଁରେ ଘଟିଛି। ପୀଡ଼ିତ ଛାତ୍ରଜଣକ ହେଲେ ତୁଳସୀକଟା ଗାଁର କାଶୀ ବାଗଙ୍କ ପୁଅ ସମ୍ବିତ ବାଗ ।

Advertisment

ସବୁ ଦିନ ପରି ଆଜି ସମ୍ବିତ ଗଵଯୋର ଉଚ୍ଚ ବିଦ୍ୟାଳୟକୁ ଯାଉଥିଲେ। ତେବେ ସ୍କୁଲରେ ପହଞ୍ଚିବା ପୂର୍ବରୁ ଗଵଯୋର ଗାଁରେ ହଠାତ ଦୁଇଟି ବାଇକ୍‌ରେ ୫ ଜଣ ଦୁର୍ବୃତ୍ତ ଆସି ପହଞ୍ଚିଥିଲେ। ସେଠାରେ ସେମାନେ ସମ୍ବିତଙ୍କୁ ମାଡ଼ି ବସି ଏକ ଇଞ୍ଜେକ୍ସନ ଦେଇଦେଇଥିଲେ l ଫଳରେ ସେହିଠାରେ ହିଁ ସେ ଅଚେତ ହୋଇଯାଇଥିଲେ। ଏହାପରେ ଉକ୍ତ ୫ ଜଣ ସେଠାରୁ ଫେରାର ହୋଇ ଯାଇଥିଲେ।

ଗୁରୁତର ସମ୍ବିତକୁ ସ୍ଥାନୀୟ ଲୋକେ ଓ ପରିବାର ଲୋକ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ତେବେ ଦୁର୍ବୁତ୍ତମାନେ କିଏ ଓ କାହିଁକି ସମ୍ବିତକୁ ଏହିଭଳି ଇଞ୍ଜେକ୍ସନ ଦେଲେ ତାହା ସ୍ପଷ୍ଟ ହୋଇନାହିଁ l ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ।

Advertisment
Students Life In Danger Boudh