Advertisment

ସମ୍ୱଲପୁର ଟାଉନ୍‌ରେ ବୋମା ମାଡ଼, ଉତ୍ତେଜନା

ଆଜି ସନ୍ଧ୍ୟା ବେଳେ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିଲା ଏକ ବୁଲେଟ। ଠିକ୍‌ ସେହି ସମୟରେ କିଛି ଦୁର୍ବୃତ୍ତ ବୁଲେଟ୍‌ ଉପରକୁ ବୋମା ଫିଙ୍ଗି ଚମ୍ପଟ ମାରିଥିଲେ। ବୋମା ମାଡ଼ରେ ଗାଡିର ପଛ ସିଟ୍‌ ନଷ୍ଟ ହୋଇଛି। ଉତ୍ତେଜନା ପ୍ରକାଶ ପାଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Sambalpur

Sambalpur

ପୁଣି ଅସାନ୍ତ ହେଲା ସମ୍ୱଲପୁର ଟାଉନ୍‌। ଆଜି ସନ୍ଧ୍ୟା ବେଳେ ଟାଉନ୍‌ର ପୀରବାବା ଛକରେ ବୋମା ମାଡ଼ ହୋଇଛି। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ଆଜି ସନ୍ଧ୍ୟା ବେଳେ ପୀରବାବା ଛକ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଏକ ବୁଲେଟ ଛିଡ଼ା ହୋଇଥିଲା। ଠିକ୍‌ ସେହି ସମୟରେ ଫ୍ଲାଏଓଭର ବ୍ରିଜ୍‌ ଉପରୁ ବୁଲେଟ୍‌ ଉପରକୁ ବୋମା ମାଡ଼ ହୋଇଥିଲେ। ବୋମା ମାଡ଼ରେ ଗାଡିର ପଛ ସିଟ୍‌ ପୂରା ନଷ୍ଟ ହୋଇଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପ୍ରକାଶ ପାଇବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ବୋମା ଫିଙ୍ଗିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକ।

ବୋମା ମାଡ଼ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ସମ୍ବଲପୁର ଏସ୍‌ପି ଓ ଉତ୍ତରାଞ୍ଚଳ ପୁଲିସ ଆଇଜି ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ତେବେ କିଏ ଓ କାହିଁକି ବୋମା ମାଡ଼ କରିଛି, ତାହା ଜଣାପଡ଼ି ନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

Advertisment
Sambalpur