Advertisment

ଘରେ ଏକା ଥିଲେ ବୃଦ୍ଧ, ବେକରେ ଛୁରୀ ଭୁଶିଦେଲେ ଦୁର୍ବୃତ୍ତ

କୁଣ୍ଡାଖାଇ ଗାଁ ବାସିନ୍ଦା ଶ୍ୟାମସୁନ୍ଦର ପଧାନଙ୍କର ୨ ପୁଅ ଥିବା ବେଳେ ବୃଦ୍ଧଜଣକ କିନ୍ତୁ ସେମାନଙ୍କଠାରୁ ଅଲଗା ରହୁନ୍ତି। ସେ ଗାଁରେ ଅଲଗା ଏକ ଘରେ ରହୁଥିବା ବେଳେ ନିଜେ ରୋଷେଇ ବାସ କରି ଖାଇଥାନ୍ତି।

author-image
Niharika Rout
Village

Village

ଘରେ ଏକୁଟିଆ ଥିବା ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ। ବୃଦ୍ଧଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି। ଏପରି ଏକ ଦୃହୟ ବିଦାୟକ ଘଟଣା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା କୁଣ୍ଡାଖାଇ ଗାଁରେ ଘଟିଛି। ମୃତକ ହେଲେ ୭୦ ବର୍ଷ ବୟସ୍କ ଶ୍ୟାମସୁନ୍ଦର ପଧାନ ।

Advertisment

କୁଣ୍ଡାଖାଇ ଗାଁ ବାସିନ୍ଦା ଶ୍ୟାମସୁନ୍ଦର ପଧାନଙ୍କର ୨ ପୁଅ ଥିବା ବେଳେ ବୃଦ୍ଧଜଣକ କିନ୍ତୁ ସେମାନଙ୍କଠାରୁ ଅଲଗା ରହୁନ୍ତି। ସେ ଗାଁରେ ଅଲଗା ଏକ ଘରେ ରହୁଥିବା ବେଳେ ନିଜେ ରୋଷେଇ ବାସ କରି ଖାଇଥାନ୍ତି।

ଗତକାଲି ସନ୍ଧ୍ୟାରେ ଶ୍ୟାମସୁନ୍ଦର ଆଖପାଖରେ ବୁଲାବୁଲି କରୁଥିବା ସାହି ପଡ଼ିଶା ଦେଖିଛନ୍ତି। ଏହାପରେ ଆଜି ସକାଳୁ ଘର ଭିତରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ସାହି ପଡ଼ିଶା ଚକିତ ହୋଇଥିବା ବେଳେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ।

Advertisment

ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କ’ଣ ପାଇଁ ବୃଦ୍ଧଜଣଙ୍କୁ କିଏ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇ ପାରିନି । ବୃଦ୍ଧଙ୍କ ପୁଅ ୨ଜଣ ଘଟଣାସ୍ଥଳକୁ ଯାଇଥିଲେ ବି ଏ ନେଇ ପାଟି ଫିଟାଇ ନାହାନ୍ତି।

ବୃଦ୍ଧଙ୍କ ବେକରେ ଗଭୀର କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାଯାଇଛି। 

Murder Old Age