Advertisment

ବ୍ୟବସାୟୀଙ୍କ ଘରେ ପଶିଲେ ଦୁର୍ବୃତ୍ତ, ବେକରେ ଖଣ୍ଡା ରଖି ଲୁଟିନେଲେ ୧୪ ଲକ୍ଷ

ଏକୁଟିଆ ରହୁଥିବା ଜଣେ ବୟସ୍କ ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଦେଲେ ମୁଖା ପିନ୍ଧା ଦୁର୍ବୃତ୍ତ। ବେକରେ ଖଣ୍ଡା ରଖି ରାତାରାତି ସେମାନେ ବ୍ୟବସାୟୀଙ୍କ ଘରୁ ନଗଦ ୧୪ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଜଣାଯାଇଛି।

Loot

Loot

Advertisment

ଏକୁଟିଆ ରହୁଥିବା ଜଣେ ବୟସ୍କ ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଦେଲେ ମୁଖା ପିନ୍ଧା ଦୁର୍ବୃତ୍ତ। ବେକରେ ଖଣ୍ଡା ରଖି ରାତାରାତି ସେମାନେ ବ୍ୟବସାୟୀଙ୍କ ଘରୁ ନଗଦ ୧୪ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଜଣାଯାଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଭାଲୁକାନାଡି ଗାଁରେ ଗତ ରାତିରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା।

Advertisment

ବ୍ୟବସାୟୀଙ୍କର ଏକ ତେଜରାତି ଦୋକାନ ଥିବା ବେଳେ ପୁଅ,ବୋହୂ ଓ ସ୍ତ୍ରୀ ଉମରକୋଟରେ ରହୁଛନ୍ତି। ଫଳରେ ବ୍ୟବସାୟୀଜଣକ ଭାଲୁକାନାଡି ଗାଁରେ ଏକୁଟିଆ ରହୁଛନ୍ତି।

ଏହାର ସୁରାଗ ପାଇ ଗତକାଲି ରାତି ଅଧରେ ପ୍ରାୟ ୧୦ ରୁ ଊର୍ଦ୍ଧ୍ୱ ଦୁର୍ବତ୍ତ ଘରର ଗେଟ୍‌ ତାଲା ଭାଙ୍ଗି ପଶିଥିଲେ। ପରେ ସେମାନେ ବ୍ୟବସାୟୀଙ୍କ ହାତକୁ ବାନ୍ଧି, ମୁଣ୍ଡରେ ଓ ବେକରେ ଖଣ୍ଡା ଭୟଭୀତ କରିଥିଲେ। ଏହାପରେ ସେମାନେ ତାଙ୍କ ଘରୁ ୧୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇଗଲେ।

Advertisment

ଦୁର୍ବୁତ୍ତମାନେ ହିନ୍ଦୀରେ କଥା ହେଉଥିବା ବେଳେ ମୁହଁରେ ମୁଖା ପିନ୍ଧିଥିଲେ ବୋଲି ବ୍ୟବସାୟୀ ଜଣକ କହିଛନ୍ତି। ଖବର ପାଇ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ ରଖିଛି। ତେବେ ଲୁଟେରାଙ୍କ ଟେର ମିଳି ନ ଥିବା ବେଳେ ସେମାନେ ସୀମା ପାର୍‌ ହୋଇ ଫେରାର ହୋଇ ଯାଇଥିବା ଅନୁମାନ କରାଯାଉଛି।

Loot Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe