Advertisment

ଶ୍ରୀମନ୍ଦିର ଭିତରୁ ଚୋରି କରି ନେଲେ ଜଗାର ଦାନବାକ୍ସ

ଶ୍ରୀମନ୍ଦିର ପରିସର ତଥା ଦକ୍ଷିଣ ଦ୍ୱାର ଗୁମୁଟ ଭିତରେ ଥିବା ଭୀମଙ୍କ ପ୍ରତିମୂର୍ତ୍ତି ତଳେ ଏହି ଦାନ ବାକ୍ସ ଥିଲା। ତାହାକୁ ଦୁର୍ବୃତ୍ତମାନେ ତାଡିବା ପରେ ଭିତରେ ଥିବା ଟଙ୍କା, ସୁନା ପ୍ରଭୃତି ଚୋରି କରିଛନ୍ତି।

ଅଦ୍ୟତନ ହୋଇଛି
South Gate Jagannath Temple

South Gate Jagannath Temple

Advertisment

ଚୋରି କରି ନେଲେ ଜଗାର ଦାନବାକ୍ସ। ୨୪ ଘଣ୍ଟିଆ ସଶସ୍ତ୍ର ସୁରକ୍ଷା ବଳଙ୍କ ନଜରରେ ରହୁଥିବା ପୁରୀ ଶ୍ରୀମନ୍ଦିର ଭିତରେ ଏଭଳି ଜଘଣ୍ୟକାଣ୍ଡ ଘଟିଛି। ଯାହାକୁ ନେଇ ପୁଲିସ ଓ ପ୍ରଶାସନିକ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତକାଲି ରାତିରେ ହୁଣ୍ଡି ଚୋରି ହୋଇଥିବା ବେଳେ ଆଜି ସକାଳେ ଘଟଣା ଜଣାପଡିଛି। ଏନେଇ ଭକ୍ତ ମହଲରେ ଅସନ୍ତୋଷ ଦେଖାଦେଇଛି। ସେପଟେ ଏହି ଘଟଣା ସମ୍ପର୍କରେ ପୁରୀ ପୁଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛି।

Advertisment

ଶ୍ରୀମନ୍ଦିର ପରିସର ତଥା ଦକ୍ଷିଣ ଦ୍ୱାର ଗୁମୁଟ ଭିତରେ ଥିବା ଭୀମଙ୍କ ପ୍ରତିମୂର୍ତ୍ତି ତଳେ ଏହି ଦାନ ବାକ୍ସ ଥିଲା। ତାହାକୁ ଦୁର୍ବୃତ୍ତମାନେ ତାଡିବା ପରେ ଭିତରେ ଥିବା ଟଙ୍କା, ସୁନା ପ୍ରଭୃତି ଚୋରି କରି ନେଇଛନ୍ତି। ଟଙ୍କା, ସୁନା ଚୋରି ପରେ ଖାଲି ଦାନବାକ୍ସକୁ ଗୁମୁଟ ନିକଟସ୍ଥ ନୃସିଂହ ମନ୍ଦିର ପଛପଟେ ଫୋପାଡି ଦେଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି।

ଶ୍ରୀମନ୍ଦିର ଚାରି ଦ୍ୱାରରେ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ ଅଛନ୍ତି। ଏହାଛଡ଼ା ଶ୍ରୀମନ୍ଦିର ଭିତରେ ଓ ବାହାରେ ବହୁ ସଂଖ୍ୟକ ପୁଲିସ ଫୋର୍ସ ଓ ଜେଟିପି(ଜଗନ୍ନାଥ ଟେମ୍ପୁଲ ପୁଲିସ) ମଧ୍ୟ ମୁତୟନ ହୋଇଛନ୍ତି। ଶ୍ରୀମନ୍ଦିର ପରିସରରେ ନଜର ରଖିବାକୁ ସିସିଟିଭି ମଧ୍ୟ ଲାଗିଛି। ଏହାର ନିୟନ୍ତ୍ରଣ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ବିଭାଗ କାର୍ଯ୍ୟାଳୟରେ ରହିଛି। ଏସିଆ ମହାଦେଶର ବୃହତ୍ତମ ଥାନା କୁହାଯାଉଥିବା ସିଂହଦ୍ୱାର ଥାନା ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ରହିଛି। ଶ୍ରୀମନ୍ଦିର ପରିସର ସୁରକ୍ଷା ନିମନ୍ତେ ପ୍ରତିଦିନ ୧୦ ପ୍ଲାଟୁନ୍‌ରୁ ଅଧିକ ପୁଲିସ ଫୋର୍ସ ମୁତୟନ ହୋଇଥାନ୍ତି। ଜଣେ ଅତିରିକ୍ତ ଏସ୍‌ପି ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ଶ୍ରୀମନ୍ଦିର ସୁରକ୍ଷା ନିରୀକ୍ଷଣ କରନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କମାଣ୍ଡର, ସୁପରଭାଇଜର ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ କରନ୍ତି। ଏହାଛଡ଼ା ଜିଲ୍ଲା ଏସ୍‌ପିଙ୍କ ପରୋକ୍ଷ ନଜର ଶ୍ରୀମନ୍ଦିର ସୁରକ୍ଷା ବାବଦରେ ଥାଏ। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମେତ ବହୁ ଭିଆଇପି, ଭିଭିଆଇପି ଶ୍ରୀମନ୍ଦିରକୁ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥାଏ। ଏହାଛଡ଼ା ଶ୍ରୀମନ୍ଦିରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଓ ଆକ୍ରମଣ ଭୟ ରହିଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗାଇଡ୍‌ ଲାଇନ୍‌ ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ଏନ୍‌ଏସ୍‌ଜି(ଜାତୀୟ ନିରାପତ୍ତା ସଂସ୍ଥା) ପ୍ରତିବର୍ଷ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ତନଖି କରିବା ସହ ସୁରକ୍ଷା ଗାଇଡ୍‌ ଲାଇନ୍‌କୁ କଡ଼ାକଡ଼ି ପାଳନ ନିମନ୍ତେ ସ୍ଥାନୀୟ ପୁଲିସ, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଥାଏ।

Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ନେଇ ପ୍ରଶାସନ ସାଧାରଣ ଭକ୍ତଙ୍କ ସନ୍ଦେହ ଘେରରେ ଥିବା ବେଳେ ଆଜି ଶ୍ରୀମନ୍ଦିର ପରିସରରୁ ଦାନବାକ୍ସ ଚୋଲି ସରକାରଙ୍କ ସୁରକ୍ଷା ବ୍ୟବସ୍ଥାରେ ଥିବା ତୃଟିକୁ ପଦାରେ ପକାଇଛି।

ପୂର୍ବରୁ ଶ୍ରୀମନ୍ଦିର ରୋଷଘରେ ଜଣେ ବ୍ୟକ୍ତି ରାତିରେ ଲୁଚିଲୁଚି ପଶିବା ପରେ ଚୁଲା ଭାଙ୍ଗି ଦେଇଥିଲା। ଦକ୍ଷିଣ ଦ୍ଵାର ରାମ ମନ୍ଦିର ଓ କୋଇଲି ବୈକୁଣ୍ଠରେ ଥିବା ସୁଆର ମହାସୁଆର ନିଯୋଗରୁ ଚୋରି ହୋଇଥିଲା। ଶ୍ରୀମନ୍ଦିର ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ବହୁ ତମ୍ବି ତଫାନ ପରେ ଶ୍ରୀମନ୍ଦିର ଭିତରେ ଉଭୟ ଓଡ଼ିଶା ପୁଲିସ ଓ ଜଗନ୍ନାଥ ମନ୍ଦିର ପୁଲିସ୍ ଉଭୟ ମିଳିତ ଭାବେ ସୁରକ୍ଷା ଦାୟିତ୍ୱ ନେଇଥିଲେ। ମାତ୍ର ସୁରକ୍ଷା ବ୍ୟବସ୍ଥା ତୃଟି ପୁଣି ନଜର ଆସିଛି। ଗତକାଲି ରାତ୍ର ପହୁଡ଼ ପରେ ଶ୍ରୀମନ୍ଦିର ଭିତରେ କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି।

Puri Shreemandir Puri Jagannath Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe