Advertisment

ଦୋକାନ ଖୋଲି ପାଣି ପାଇଁ ଯାଇଥିଲେ; ଲୁଟିନେଲେ ସୁନା ଅଳଙ୍କାର

ଆଜି ସକାଳେ ସୁନା ଦୋକାନୀ ଜଣଙ୍କ ଦୋକାନ ଖୋଲି ପାଣି ଆଣିବାକୁ ଯାଇଥିଲେ।

author-image
Tapaswini Nayak
Loot

Loot

ଦୋକାନ ଖୋଲି ପାଣି ପାଇଁ ଯାଇଥିବା ବେଳେ ଲୁଟିନେଲେ ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର। ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ମାଳତୀ ଜୁୟେଲାର୍ସରୁ ୩୦୦ ଗ୍ରାମ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଦୋକାନୀ ମାଲିକ।

Advertisment

ଆଜି ସକାଳେ ସୁନା ଦୋକାନୀ ଜଣଙ୍କ ଦୋକାନ ଖୋଲି ପାଣି ଆଣିବାକୁ ଯାଇଥିଲେ। ଦୋକାନରେ ଟଙ୍କା ଓ ଗହଣା ବ୍ୟାଗ ରଖି ଦେଇ ଯାଇଥିଲେ। ପାଣି ପାଇଁ ଆସିଲା ବେଳକୁ ଦୋକାନରେ ଟଙ୍କାସହ ୩୦୦ ଗ୍ରାମ ସୁନା ଅଳଙ୍କାର ରଖିଥିବା ବ୍ୟାଗ ରଖି ନଥିଲା। ଦୋକାନୀ ଜଣଙ୍କ ଚାରିଆଡେ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ।

ଏନେଇ କମର୍ଦ୍ଦା ଥାନାରେ ଅଭିଯୋଗ କରିଛନ୍ତି ଦୋକାନୀ ମାଲିକ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Balasore Loot