Advertisment

କଳା ପଲସରରେ ଆସିଲେ; ବନ୍ଧୁକ ମୁନରେ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର

ଚୋରି ସଂପର୍କରେ ଗହଣା ଦୋକାନୀ ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Loot

Loot

Advertisment

ବନ୍ଧୁକ ମୁନରେ ଗହଣା ଦୋକାନୀଙ୍କଠାରୁ ପ୍ରାୟ ୫ ଲକ୍ଷ ଟଙ୍କାର ଗହଣା ଓ  ନଗଦ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ। ଏନେଇ ଗହଣା ଦୋକାନୀ ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି।

Advertisment

ନୂଆଗାଁ ଗ୍ରାମର ସୁନା ଦେକାନୀ ଚନ୍ଦନ ରଣା ଗତକାଲି ରାତି ପ୍ରାୟ ୯ଟା ସମୟରେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ନୂଆଗାଁ ବସ୍‌ଷ୍ଟପ୍ ନିକଟରେ ଏକ ବାଇକ୍‌ରେ ୨ ଜଣ ଯୁବକ କଳା ପଲସରରେ ଆସି ତାଙ୍କୁ ଅଟକାଇଥିଲେ।

ପରେ ବନ୍ଧୁକ ଦେଖାଇ ଚନ୍ଦନଙ୍କୁ ଟଙ୍କା ଓ ସୁନା ଦେବା ପାଇଁ  ଯୁବକମାନେ ଧମକାଇଥିଲେ। ପରେ ବାଇକ ଡିକି ଭାଙ୍ଗି ନଗଦ କିଛି ଟଙ୍କା ଓ ୫ ଲକ୍ଷ ଟଙ୍କାର ଗହଣା ନେଇ ଚମ୍ପଟ ମାରିଥିଲେ। ଏନେଇ ଚନ୍ଦନ ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe