Advertisment

ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟିନେଲେ ୨୭୦ ଗ୍ରାମ ସୁନା ଓ ୬କେଜି ରୁପା

ଲୁଟ୍‌ ହୋଇଥିବା ଜିନିଷର ଅନୁମାନିକ ମୂଲ୍ୟ ୨୩ ଲକ୍ଷରୁ ଅଧିକ ହେବ।

ଅଦ୍ୟତନ ହୋଇଛି
police station

police station

Advertisment

ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ୨୭୦ ଗ୍ରାମ ସୁନା ଓ ୬କେଜି ରୁପା। ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଠାରୁ ମାତ୍ର ୫୦୦ମିଟର ଦୂରରେ ଏହି ଘଟଣା ଘଟିଛି। ଲୁଟ୍‌ ହୋଇଥିବା ଜିନିଷର ଅନୁମାନିକ ମୂଲ୍ୟ ୨୩ ଲକ୍ଷରୁ ଅଧିକ ହେବ। ଏନେଇ ବ୍ୟବସାୟୀ ଜଣଙ୍କ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ସୁନା ବ୍ୟବସାୟୀ ପ୍ରଶାନ୍ତ ମହାପାତ୍ରଙ୍କ ଘର ଡେଲାଙ୍ଗରେ। ତାଙ୍କର ଡେଲାଙ୍ଗ ବଜ଼ାରରେ ସୁନା ଦୋକାନ ରହିଛି। ସବୁ ଦିନ ପରି ଗତକାଲି ମଧ୍ୟ ପ୍ରଶାନ୍ତ ଦୋକାନ ବନ୍ଦ କରି ସୁନା ଓ ରୁପା ଅଳଙ୍କାର ନେଇ ନିଜ ଘରକୁ ଯାଉଥିଲେ।

ଏହି ସମୟରେ ୪ରୁ ୫ ଜଣ ଡକାୟତ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ପରେ ସୁନା ଓ ରୁପା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ। ଏନେଇ ପ୍ରଶାନ୍ତ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ଡେଲାଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ ଭିନ୍‌ ଆରମ୍ଭ କରିଛି।

Advertisment
Puri Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe