Advertisment

ମୁଖା ପିନ୍ଧି ଆସିଲେ; ବନ୍ଧୁକ ମୁନରେ ଲୁଟିନେଲେ ଟଙ୍କାସୁନା ଅଳଙ୍କାର

ପ୍ରାୟ ୮ ଲକ୍ଷ ଟଙ୍କାର ସୁନା ଗହଣା ଲୁଟେରାମାନେ ଲୁଟିନେଇଥିବା ଅଭିଯୋଗ ହୋଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Loot

Loot

ରାତି ଅଧରେ ଘରେ ପଶି ବନ୍ଧୁକ ମୁନରେ ଲୁଟି ନେଲେ ଟଙ୍କା ଓ ସୁନା ଗହଣା। ନବରଙ୍ଗପୁର ଜିଲ୍ଲା ଡଙ୍ଗରଭେଜା ଗାଁର ଏପରି ଘଟଣା ଘଟିଛି। ଏନେଇ ଥାନାରେ ଅଭିଯୋଗ ହୋଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଡଙ୍ଗରଭେଜା ଗାଁର ରହୁଥିବା ଜଣେ ବ୍ୟବସାୟୀ ସୁନିଲ ସାହୁଙ୍କ ଘରେ ୮ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପଶିଥିଲେ। ଘରେ ଥିବା ପରିବାର ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଟଙ୍କା ଓ ସୁନା ଦେବାକୁ କହିଥିଲେ। ପରେ ଲୁଟେରାମାନେ ସୁନିଲଙ୍କ ଘରେ ଥିବା ଆଲମାରି ଭାଙ୍ଗି ଟଙ୍କାସୁନା ନେବାକୁ ଚେଷ୍ଟା କରିଥିଲେ। ହେଲେ କିଛି ପାଇ ନଥିଲେ।

ପରେ ଲୁଟେରାମାନେ ସୁନିଲଙ୍କ ଘରେ ଭଡ଼ା ରହିଥିବା ଜଣେ ଶିକ୍ଷୟିତ୍ରୀଙ୍କ ଘରେ ପଶିଥିଲେ। ପରିବାର ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଟଙ୍କା ଓ ସୁନା ଗହଣା ନେଇ ଚମ୍ପଟ ମାରିଥିଲେ। ପ୍ରାୟ ୮ ଲକ୍ଷ ଟଙ୍କାର ସୁନା ଗହଣା ଲୁଟେରା ନେଇଯାଇଥିବା ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି। ଏନେଇ ଡଙ୍ଗରଭେଜା ଫାଣ୍ଡିରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Loot Nabarangpur