Advertisment

କବାଟ ତାଡ଼ି ଘରେ ପଶିଲେ; ଟଙ୍କାସୁନା ନେଇ ଚମ୍ପଟ ମାରିଲେ

ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ  ଖୋଳତାଡ ଆରମ୍ଭ କରିଛି।

Loot

Loot

Advertisment

ରାତିଅଧରେ କବାଟ ତାଡ଼ି ଘରେ ପଶିଲେ। ଘରେ ନଗଦ ୫୦ ହଜାର ଟଙ୍କା ଓ ସୁନା ଗହଣା ନେଇ ଚମ୍ପଟ ମାରିଲେ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ଗାଁରେ। ଏନେଇ ପାଟପୁର ଥାନାରେ ଅଭିଯୋଗ ହୋଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଖଲିଙ୍ଗୀ ଗାଁର ଦୁର୍ଯ୍ୟୋଧନ ବେହେରାଙ୍କ ଘରେ କବାଟ ତାଡ଼ି କିଛି ଡକାୟତ ଘରେ ପଶିଥିଲେ। ପରେ ଘରେ ଥିବା ଆଲମାରି ଭାଙ୍ଗି ଡକାୟତମାନେ ନଗଦ ୫୦ ହଜାର ଟଙ୍କା, କପଡା ଓ ବିଭିନ୍ନ ସାମଗ୍ରୀ ଧର ଚମ୍ପଟ ମାରିଥିଲେ। ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ  ଖୋଳତାଡ ଆରମ୍ଭ କରିଛି।

Ganjam Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe