Advertisment

ଡ୍ରାଇଭର ବେଶରେ ଅଫିସରେ ପଶିଲେ; ୧୦ ଲକ୍ଷ ଲୁଟି ଚମ୍ପଟ ମାରିଲେ

ଗତକାଲି ବିଳମ୍ବିତ ରାତିରେ ୫ଜଣ ଲୁଟେରା ରାଇକେଲାର ଗୀତାରାଣୀ ମହାନ୍ତି ମାଇନ୍ସ ଅଫିସରେ ପଶିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Loot

Loot

ରାତି ଅଧରେ ଡ୍ରାଇଭର ବେଶରେ ଅଫିସ ଭିତରେ ପଶିଲେ ୫ଜଣ ଲୁଟେରା। ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଲେ। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଇକେଲା ନିକଟରେ ଥିବା ଏକ ପରିବହନ ସଂସ୍ଥା ଅଫିସରେ। ସିସିଟିଭିରେ ଲୁଟର ଭିଜୁଆଲ କଏଦ ହୋଇଛି।

Advertisment

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୫ଜଣ ଲୁଟେରା ରାଇକେଲାର ଗୀତାରାଣୀ ମହାନ୍ତି ମାଇନ୍ସ ଅଫିସରେ ପଶିଥିଲେ। ପରେ ଅଫିସରେ ଥିବା ଦୁଇ ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ପରେ ଅଫିସରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ।

ଲୁଟେରାମାନେ ଟାଙ୍ଗିଆରେ ହାଣି ଅଫିସର ଆସବାବପତ୍ର ନଷ୍ଟ କରୁଥିବା ଭିଜୁଆଲ ସିସିଟିଭିରେ କଏଦ ହୋଇଛି। କୋଇଡା ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

Loot Sudargarh