ରାତି ଅଧରେ ଡ୍ରାଇଭର ବେଶରେ ଅଫିସ ଭିତରେ ପଶିଲେ ୫ଜଣ ଲୁଟେରା। ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଲେ। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଇକେଲା ନିକଟରେ ଥିବା ଏକ ପରିବହନ ସଂସ୍ଥା ଅଫିସରେ। ସିସିଟିଭିରେ ଲୁଟର ଭିଜୁଆଲ କଏଦ ହୋଇଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୫ଜଣ ଲୁଟେରା ରାଇକେଲାର ଗୀତାରାଣୀ ମହାନ୍ତି ମାଇନ୍ସ ଅଫିସରେ ପଶିଥିଲେ। ପରେ ଅଫିସରେ ଥିବା ଦୁଇ ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ପରେ ଅଫିସରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ।
ଲୁଟେରାମାନେ ଟାଙ୍ଗିଆରେ ହାଣି ଅଫିସର ଆସବାବପତ୍ର ନଷ୍ଟ କରୁଥିବା ଭିଜୁଆଲ ସିସିଟିଭିରେ କଏଦ ହୋଇଛି। କୋଇଡା ପୁଲିସ ଘଟଣାର ତଦନ୍ତ କରୁଛି।
#ସୁନ୍ଦରଗଡ଼_ରାଇକେଲାରେ_ବଡ_ଧରଣର_ଲୁଟ୍
— Odisha Reporter (@OdishaReporter) February 8, 2024
ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟ୍ । ଲୁଟେରାମାନେ ମାରଣାସ୍ତ୍ର ଦେଖାଇ ଏକ ପରିବହନ ସଂସ୍ଥାରୁ ଲୁଟିନେଇଛନ୍ତି ୧୦ ଲକ୍ଷରୁ ଅଧିକ ଟଙ୍କା । ଏପରି ଘଟଣା ସୁନ୍ଦରଗଡ଼ରେ ଘଟିଥିବାବେଳେ ପୂରା ଘଟଣା ସିସିଟିଭିରେ କଏଦ୍ ହୋଇଛି । #Odisha #Sundergarh #Loot pic.twitter.com/J7bY3LilTt