ଟିକିଏ ଅସାବଧାନତା ଯୋଗୁ ଗାଏବ ହେଇଗଲା ୩ ଲକ୍ଷରୁ ଅଧିକ ଟଙ୍କା। ଜଣେ ପ୍ରଧାନ ଶିକ୍ଷକଙ୍କ ସହିତ ଘଟିଛି ଏହି ଘଟଣା।
ବାଘସିଉନି ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁନୀଲ ମିଶ୍ର ଆଜି ସନ୍ଧ୍ୟାରେ ନବରଙ୍ଗପୁର ସ୍ଥିତ SBIରୁ ହଷ୍ଟେଲ ପରିଚାଳନା ଖର୍ଚ୍ଚ ବାବଦକୁ ୩ ଲକ୍ଷ ୩୦ ହଜାର ଟଙ୍କା ଉଠାଇ ଥିଲେ। ଏହି ଟଙ୍କାକୁ ସେ ତାଙ୍କ ବାଇକ୍ ଡିକିରେ ରଖିଥିଲେ।
Also Read
ଘରକୁ ଫେରୁଥିବା ବେଳେ ସ୍ଥାନୀୟ ଲକ୍ଷ୍ମଣ ନାୟକ ବିଦ୍ୟାଳୟ ଛକ ନିକଟରେ ପରିବା କିଣିବା ପାଇଁ ସେ ଅଟକି ଥିଲେ। ସେ ବାଇକ୍ ରଖି ପରିବା କିଣିବାକୁ ଯାଇଥିଲେ। ୧୦ ମିନିଟ୍ ଭିତରେ ପରିବା କିଣି ସେ ଗାଡ଼ି ଧରି ଘରେ ପହଞ୍ଚିଥିଲେ। ହେଲେ ଘରେ ପହଞ୍ଚି ଗାଡ଼ି ଡିକି ଖୋଲି ଦେଖିଲା ବେଳକୁ ସେଥିରେ ଟଙ୍କା ଭର୍ତ୍ତି ବ୍ୟାଗ୍ ନଥିଲା।
ଏହି ଘଟଣା ନେଇ ସେ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ତାଙ୍କ ଏତଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ପୁଲିସ୍ ଘଟଣାସ୍ଥଳକୁ ଯାଇ ଆଖପାଖରେ ଥିବା ସିସିଟିଭି ଯାଞ୍ଚ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।