Advertisment

ପରିବା କିଣୁଥିଲେ ପ୍ରଧାନ ଶିକ୍ଷକ, ଗାଡ଼ି ଡିକିରୁ ଲୁଟ୍ ହୋଇଗଲା ୩ ଲକ୍ଷ ଟଙ୍କା

ବାଘସିଉନି ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁନୀଲ ମିଶ୍ର ଆଜି ସନ୍ଧ୍ୟାରେ ନବରଙ୍ଗପୁର ସ୍ଥିତ SBIରୁ ହଷ୍ଟେଲ ପରିଚାଳନା ଖର୍ଚ୍ଚ ବାବଦକୁ ୩ ଲକ୍ଷ ୩୦ ହଜାର ଟଙ୍କା ଉଠାଇ ଥିଲେ।

ଅଦ୍ୟତନ ହୋଇଛି
Rupee

Rupee

Advertisment

ଟିକିଏ ଅସାବଧାନତା ଯୋଗୁ ଗାଏବ ହେଇଗଲା ୩ ଲକ୍ଷରୁ ଅଧିକ ଟଙ୍କା। ଜଣେ ପ୍ରଧାନ ଶିକ୍ଷକଙ୍କ ସହିତ ଘଟିଛି ଏହି ଘଟଣା।

Advertisment

ବାଘସିଉନି ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁନୀଲ ମିଶ୍ର ଆଜି ସନ୍ଧ୍ୟାରେ ନବରଙ୍ଗପୁର ସ୍ଥିତ SBIରୁ ହଷ୍ଟେଲ ପରିଚାଳନା ଖର୍ଚ୍ଚ ବାବଦକୁ ୩ ଲକ୍ଷ ୩୦ ହଜାର ଟଙ୍କା ଉଠାଇ ଥିଲେ। ଏହି ଟଙ୍କାକୁ ସେ ତାଙ୍କ ବାଇକ୍ ଡିକିରେ ରଖିଥିଲେ।

ଘରକୁ ଫେରୁଥିବା ବେଳେ ସ୍ଥାନୀୟ ଲକ୍ଷ୍ମଣ ନାୟକ ବିଦ୍ୟାଳୟ ଛକ ନିକଟରେ ପରିବା କିଣିବା ପାଇଁ ସେ ଅଟକି ଥିଲେ। ସେ ବାଇକ୍ ରଖି ପରିବା କିଣିବାକୁ ଯାଇଥିଲେ। ୧୦ ମିନିଟ୍ ଭିତରେ ପରିବା କିଣି ସେ ଗାଡ଼ି ଧରି ଘରେ ପହଞ୍ଚିଥିଲେ। ହେଲେ ଘରେ ପହଞ୍ଚି ଗାଡ଼ି ଡିକି ଖୋଲି ଦେଖିଲା ବେଳକୁ ସେଥିରେ ଟଙ୍କା ଭର୍ତ୍ତି ବ୍ୟାଗ୍ ନଥିଲା।  

Advertisment

ଏହି ଘଟଣା ନେଇ ସେ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ତାଙ୍କ ଏତଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି।  ପୁଲିସ୍ ଘଟଣାସ୍ଥଳକୁ ଯାଇ ଆଖପାଖରେ ଥିବା ସିସିଟିଭି ଯାଞ୍ଚ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଆରମ୍ଭ କରିଛି। 

Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe