Advertisment

ଫାଙ୍କା ଗୁଳି ଚାଳନା କରି ନେଇଗଲେ ୩ ଲକ୍ଷ ଟଙ୍କା

ମନୋରଞ୍ଜନ ଗାଡ଼ି ରଖିବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କ ବେକରେ ଭୁଜାଲି ଲଗାଇ ଟଙ୍କା ବ୍ୟାଗ ମାଗିଥିଲେ

author-image
Tapaswini Nayak
Gun

Gun

ଫାଙ୍କା ଗୁଳି ଚାଳନା କରି ଲୁଟେରାମାନେ ଜଣେ ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଅନନ୍ତପୁର ଫାଣ୍ଡି ଅନ୍ତର୍ଗତ ଅଢ଼େଇବାଙ୍କ ନିକଟରେ।

Advertisment

ଲୁଟ୍‌ର ଶିକାର ହୋଇଥିବା ଏହି ବ୍ୟବସାୟୀଙ୍କ ନାଁ ମନୋରଞ୍ଜନ ବାରିକ। ମନୋରଞ୍ଜନଙ୍କର ବାଲିଛନ୍ଦା ଘାଟରେ ଏକ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି।

ଆଜି ସକାଳେ ମନୋରଞ୍ଜନ ନିଜ ଘର ଅଇଁରିରୁ ବାଲିଛନ୍ଦା ଘାଟକୁ ୩ ଲକ୍ଷ ଟଙ୍କା ନେଇ ବାଇକ ଯୋଗେ ଯାଉଥିଲେ। ଏହି ସମୟରେ ୬ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ଅଢ଼େଇବାଙ୍କ ନିକଟରେ ତାଙ୍କୁ ଅଟକାଇଥିଲେ। ମନୋରଞ୍ଜନ ଗାଡ଼ି ରଖିବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କ ବେକରେ ଭୁଜାଲି ଲଗାଇ ଟଙ୍କା ବ୍ୟାଗ ମାଗିଥିଲେ। ମନୋରଞ୍ଜନ ଟଙ୍କା ଦେବାକୁ ମନା କରିବାରୁ ସେମାନେ ଫାଙ୍କା ଗୁଳି ଚାଳନା କରିଥିଲେ। ପରେ ଦୁର୍ବୃତ୍ତମାନେ ତାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଫେରାର ହୋଇଯାଇଥିଲେ।

Advertisment

ମନୋରଞ୍ଜନ ଏହି ଘଟଣା ସଂପର୍କରେ ଅଢ଼େଇବାଙ୍କ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।

Loot Crime Police