Advertisment

ଘରେ ଏକୁଟିଆ ଥିଲେ ୯୨ ବର୍ଷୀୟା ବୃଦ୍ଧା, ଗଳା କାଟି ଦେଲେ ଦୁର୍ବୃତ୍ତ

ବୃଦ୍ଧାଙ୍କ ୪ ପୁଅଙ୍କ ମଧ୍ୟରୁ ଜଣେ ପରିବାର ସହ ଲଣ୍ଡନରେ ରହୁଥିବା ବେଳେ ଅନ୍ୟ ୩ ଜଣ ପରିବାର ସହ ଅନ୍ୟତ୍ର ରହୁଥିଲେ।

author-image
Niharika Rout
Murder

Murder

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଘରେ ଏକୁଟିଆ ରହୁଥିବା ଜଣେ ୯୦ ବର୍ଷୀୟା ବୃଦ୍ଧାଙ୍କୁ ଗଳା କାଟି ହତ୍ୟା କରାଯାଇଛି।

Advertisment

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟ୍‌ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ହୋଇ ନ ଥିବା ଜଣାଯାଇଛି। ତେଣୁ କିଏ ଓ କେଉଁ ଉଦ୍ଦେଶ୍ୟରେ ବୃଦ୍ଧାଙ୍କୁ ହତ୍ୟା କରିଛି ତାହାକୁ ଖୋଜି ବାହାର କରିବା ଏବେ ପୁଲିସ୍‌ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି।

ବୃଦ୍ଧାଙ୍କ ୪ ପୁଅଙ୍କ ମଧ୍ୟରୁ ଜଣେ ପରିବାର ସହ ଲଣ୍ଡନରେ ରହୁଥିବା ବେଳେ ଅନ୍ୟ ୩ ଜଣ ପରିବାର ସହ ଅନ୍ୟତ୍ର ରହୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଫରେନ୍ସିକ ଡିପାର୍ଟମେଣ୍ଟର ଡେପୁଟି ଡାଇରେକ୍ଟର ଭାବେ ଅବସର ନେଇ ସାରିଥିବା ବେଳେ ପରିବାର ସହ ଲକ୍ଷ୍ନୌରେ ଅନ୍ୟତ୍ର ରହୁଥିଲେ।

Advertisment

ବୃଦ୍ଧାଜଣକ ନିଜ ଘରେ ଏକୁଟିଆ ରହୁଥିବା ବେଳେ ଘଟଣା ଦିନ ସକାଳେ ପରିବାର ଲୋକେ ତାଙ୍କ ସହ ଫୋନରେ କଥା ହୋଇଥିଲେ। ମାତ୍ର ସନ୍ଧ୍ୟା ବେଳେ ବାରମ୍ବାର କଲ୍‌ କରିବା ସତ୍ତ୍ୱେ ସେ ଆଉ ଫୋନ୍ ଉଠାଇ ନ ଥିଲେ। ଏନେଇ ପରିବାର ଲୋକେ ପଡ଼ୋଶୀଙ୍କୁ ଫୋନ୍‌ କରିବାରୁ ସେମାନେ ଘରକୁ ଯାଇ ଯାହା ଦେଖିଲେ ତାଜୁବ ହୋଇଗଲେ। କାରଣ ଘରର ଚଟାଣରେ ବୃଦ୍ଧାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିଲା।

ଖବର ପାଇ ପରିବାର ଲୋକେ ଓ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘରେ କୌଣସି ଲୁଟପାଟ ହୋଇ ନ ଥିବାରୁ କୌଣସି ଶତ୍ରୁତାକୁ ନେଇ କେହି ବୃଦ୍ଧାଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Murder Uttar Pradesh Old Age