ଗଣେଶ ପୂଜା ଚାନ୍ଦା ନ ଦେବାରୁ ୨ଟି ବାଇକ ଜାଳିଦେଲେ ଦୁର୍ବୃତ୍ତ। ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅନ୍ତର୍ଗତ ଦୁର୍ଗାପାଲି ଅଞ୍ଚଳରେ ଏହି ଅଘଟଣ ଘଟିଛି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି କ୍ଷେତରାଜପୁର ଥାନା ଅର୍ନ୍ତଗତ ଦୁର୍ଗାପାଲିରେ ରହୁଥିବା ଜୟନ୍ତ ମେହେର।
ଗତ ମଙ୍ଗଳବାର ଜୟନ୍ତ ମେହେରଙ୍କ ଘରକୁ ଚାନ୍ଦା ମାଗିବାକୁ କିଛି ଜଣ ବ୍ୟକ୍ତି ଆସିଥିଲେ। ହେଲେ ଜୟନ୍ତ ଚାନ୍ଦା ଦେବାକୁ ମନା କରିଥିଲେ। ଏହାକୁ ନେଇ ସାମାନ୍ୟ ବଚସା ହୋଇଥିଲା। ପରେ ଚାନ୍ଦା ମାଗିବାକୁ ଆସିଥିବା ଲୋକମାନେ ପଳାଇଯାଇଥିଲେ।
Also Read
ପରେ ଗତକାଲି ବିଳମ୍ବିତ ସେହି ବ୍ୟକ୍ତିମାନେ ଆସି ଦୁଇଟି ଗାଡ଼ିରେ ନିଆଁ ଲଗାଇଦେଇଥିବା ଜୟନ୍ତ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକେ ଦୁଇଟି ଗାଡ଼ି ଜଳୁଥିବା ଦେଖି ଜୟନ୍ତଙ୍କ ପରିବାର ଲୋକଙ୍କୁ ଡାକିଥିଲେ। ଏଥିସହ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏନେଇ କ୍ଷେତରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜୟନ୍ତ। ପୁଲିସ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବାଇକ ଚାଳକଙ୍କୁ ଧକ୍କା ଦେଇ ୩୦କିମି ଯାଏଁ ଘୋଷାଡ଼ି ନେଲା ତହସିଲଦାରଙ୍କ ଗାଡ଼ି
ଉତ୍ତରପ୍ରଦେଶର ବହରାଇଚରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗାଡ଼ି ଭିତରେ ଥିବା ତହସିଲଦାର ନିଲମ୍ବିତ, ଡ୍ରାଇଭର ଗିରଫ।
Crime
ଲୋନ୍ ମଞ୍ଜୁର କରିବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର
ଲାଞ୍ଚ ନେଇ ଧରାପଡ଼ିବା ପରେ ଶ୍ରୀ ଦେହୁରୀଙ୍କ ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
Crime
କୋଟାରେ ପୁଣି ଜୀବନ ହାରିଲେ ଛାତ୍ର; ଏ ବର୍ଷ ଗଲାଣି ୧୭ ଜୀବନ
ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର। ୧୬ ବର୍ଷୀୟ ଛାତ୍ର ଆଇଆଇଟି-ଜେଇଇ ପାଇଁ କରୁଥିଲେ ପ୍ରସ୍ତୁତି।
Crime
ନିରଞ୍ଜନଙ୍କ ଘରେ ଇଡି ରେଡ୍, ୧୦ ଘଣ୍ଟା ପରେ ବାହାରିଲେ
ନିରଞ୍ଜନଙ୍କ ନୟାପଲ୍ଲୀ ଘର ସହିତ ଭୁବନେଶ୍ୱରର ଆଉଏକ ସ୍ଥାନ ଓ ଦିଲ୍ଲୀ ଘରେ ଆଜି ଏକକାଳୀନ ରେଡ୍ କରିଥିଲା ଇଡି।
Crime
ବୈକୁଣ୍ଠ ଆଶ୍ରମ ବେଆଇନ ନିର୍ମାଣ ପ୍ରସଙ୍ଗରେ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର
ଗଣ ଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଦିଆଯାଇଥିବା ଚିଠି ନକଲି ବୋଲି ଆଜି ସରକାରଙ୍କ ପକ୍ଷରୁ କୋର୍ଟରେ କୁହାଯାଇଥିଲା। ଏହାକୁ ସତ୍ୟପାଠ ଆକାରରେ ଦେବାକୁ ନିର୍ଦ୍ଦେଶ ଦେବା ସହ ଆସନ୍ତା ଜାନୁଆରୀ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି।