Advertisment

ରାସ୍ତାରେ ଲାଗିଥିଲା ଶୁଭେଚ୍ଛା ତୋରଣ, ରାତି ଅଧରେ ପୋଡ଼ିଦେଲେ ଦୁର୍ବୃତ୍ତ

ନୂଆ ବର୍ଷର ଶୁଭେଚ୍ଛା ଜଣାଇବାକୁ ରାସ୍ତାରେ ଲାଗିଥିଲା ଶୁଭେଚ୍ଛା ତୋରଣ । ସେଥିରେ ଥିଲା ବିଜେପିର ତୁଙ୍ଗ ନେତାମାନଙ୍କ ଫଟୋ । ମାତ୍ର ରାତି ଅଧରେ ଉକ୍ତ ତୋରଣକୁ ପୋଡ଼ି ଦେଲେ କିଛି ଦୁର୍ବୃତ୍ତ।

Gate

Gate

Advertisment

ନୂଆ ବର୍ଷର ଶୁଭେଚ୍ଛା ଜଣାଇବାକୁ ରାସ୍ତାରେ ଲାଗିଥିଲା ଶୁଭେଚ୍ଛା ତୋରଣ । ସେଥିରେ ଥିଲା ବିଜେପିର ତୁଙ୍ଗ ନେତାମାନଙ୍କ ଫଟୋ । ମାତ୍ର ରାତି ଅଧରେ ଉକ୍ତ ତୋରଣକୁ ପୋଡ଼ି ଦେଲେ କିଛି ଦୁର୍ବୃତ୍ତ। ଫଳରେ ଏବେ ରାସ୍ତାରେ ଖାଲି ବାଉଁଶ ପଡ଼ି ରହିଛି। ଏପରି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲା କୁଦାନଗରିରେ ଘଟିଛି।

Advertisment

ଗତକାଲି ରାତିରେ ନୂଆବର୍ଷ ପାଇଁ କୁଦାନଗରି ଥାନା ତଳକୁଶୁମା ପଂଚାୟତରେ ଶୁଭେଚ୍ଛା ତୋରଣ ଲାଗିଥିଲା। ଏହାକୁ ପେଟ୍ରୋଲ ଢାଲି ଜାଳି ଦିଆଯାଇଛି। ଏହି ହୋର୍ଡିଂରେ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କ ଫଟୋ ଲାଗିଥିଲା। ମାତ୍ର ରାତି ଅଧରେ କିଛି ଦୁର୍ବୃତ୍ତ ପେଟ୍ରୋଲ ଢାଳି ତାହାକୁ ପୋଡ଼ି ଫେରାର ହୋଇଯାଇଛନ୍ତି ।

ଏନେଇ ଥାନାରେ ମାମଲା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି । କିଏ ଓ କାହିଁକି ଏଭଳି କାଣ୍ଡ କରିଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ତେବେ ରାଜନୈତିକ ଆକ୍ରୋଶରୁ କିଏ ଏପରି କାଣ୍ଡ ଘଟାଇ ଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

Advertisment

ଅସହିଷ୍ଣୁତା, ଗୁଣ୍ଡାରାଜ, ହିଂସା ଓ ରାଜନୈତିକ ଆକ୍ରୋଶ ଛାଡ଼ି ପାଟକୁରାର ବିକାଶ ପାଇଁ କାମ କରିବାକୁ ବିଜେପି ନେତା ତେଜେଶ୍ୱର ପରିଡ଼ା ନିବେଦନ କରିଛନ୍ତି। ଏପରିକି ପାଟକୁରା ଅଞ୍ଚଳରେ ଅସହିଷ୍ଣୁତାର ସୀମା ନାହିଁ ବୋଲି ସୋଶାଲ ମିଡିଆରେ ସେ ଲେଖିଛନ୍ତି ।

Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe