Advertisment

ଫାଙ୍କା ଗୁଳି ଚଳାଇଲେ ଦୁର୍ବୃତ୍ତ, ବ୍ୟବସାୟୀଙ୍କଠାରୁ ଲୁଟି ନେଲେ ଟଙ୍କା, ସୁନା

ଲେଭଲ କ୍ରସିଂ ନିକଟରେ ନିଛାଟିଆ ଜାଗା ଦେଖି ୩ଟି ବାଇକରେ ଆସିଥିବା ୫,୬ ଦୁର୍ବୃତ୍ତ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଘେରି ଯାଇଥିଲେ। ଏହାପରେ ସେମାନେ ତାଙ୍କୁ ସବୁ ସୁନା, ଅଳଙ୍କାର ଓ ଟଙ୍କା ଦେଇ ଦେବାକୁ ଧମକ ଦେଇଥିଲେ।

Firing

Firing

Advertisment

ପାର୍ବଣ ପାଖେଇ ଆସୁଥିବା ବେଳେ ଭାଇଚାରାର ସହର କଟକରେ ମାତିଲେଣି ଦୁର୍ବୃତ୍ତ । ଦିନ ଦିପ୍ରହରରେ ବିଚ୍‌ ରାସ୍ତାରେ ଜଣେ ବ୍ୟବସାୟୀଙ୍କ ଉପରକୁ ଫାଙ୍କା ଗୁଳି ଚଳାଇ ତାଙ୍କଠୁ ଟଙ୍କା, ସୁନା ଲୁଟିନେଲେ ଦୁର୍ବୃତ୍ତ। ସୌଭାଗ୍ୟବଶଃତ ବ୍ୟବସାୟୀଜଣକ ବର୍ତ୍ତି ଯାଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଘଟଣା ଆଜି ସକାଳେ କଟକର ମତ୍ତଗଜପୁର ଲେବୁଲ କ୍ରସିଂ ନିକଟରେ ଘଟିଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ମତ୍ତଗଜପୁରରେ ବ୍ୟବସାୟ କରୁଥିବା ହାଟସାହିର ଜଣେ ବ୍ୟବସାୟୀ ଆଜି ସକାଳେ ଘରୁ ବାହାରିଥିଲେ। ଘର ନିକଟରୁ ତାଙ୍କୁ କିଛି ଯୁବକ ପିଛା କରୁଥିବା ଅନୁମାନ କରାଯାଉଛି। ଲେଭଲ କ୍ରସିଂ ନିକଟରେ ନିଛାଟିଆ ଜାଗା ଦେଖି ୩ଟି ବାଇକରେ ଆସିଥିବା ୫,୬ ଦୁର୍ବୃତ୍ତ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଘେରି ଯାଇଥିଲେ। ଏହାପରେ ସେମାନେ ତାଙ୍କୁ ସବୁ ସୁନା, ଅଳଙ୍କାର ଓ ଟଙ୍କା ଦେଇ ଦେବାକୁ ଧମକ ଦେଇଥିଲେ।

ମାତ୍ର ବ୍ୟବସାୟୀଜଣକ ଦୁର୍ବୃତ୍ତମାନଙ୍କୁ ରୋକଠୋକ ମନା କରି ଦେବାରୁ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁର୍ବୃତ୍ତମାନେ ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇଥିଲେ। ମାତ୍ର ଭାଗ୍ୟବଶଃତ ତାହା ବ୍ୟବସାୟୀଙ୍କ ଶରୀରରେ ବାଜି ନ ଥିଲା। ଏଥିଯୋଗୁ ସେ ଭୟଭୀତ ହୋଇ ପଡ଼ିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ନିକଟରେ ଥିବା ୨୫ ହଜାର ଟଙ୍କା ଓ ସୁନା, ଅଳଙ୍କାର ନେଇ ଫେରାର ହୋଇ ଯାଇଥିଲେ। ବ୍ୟକ୍ତିଜଣକ ସୁରକ୍ଷିତ ଥିବା ଜଣାଯାଇଛି।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ଘଟଣାସ୍ଥଳରୁ ଖୋକା ଓ ଗୁଳି ଜବତ ହୋଇଥିବା ଜଣାଯାଇଛି। ଅପରାଧୀଙ୍କୁ ଧରିବାକୁ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଥିବା ବେଳେ ସ୍ପେଶାଲ ସ୍କ୍ୱାର୍ଡ ବି ଘଟଣା ଉପରେ ନଜର ରଖିଛି। ଏଥିସହ ପୁଲିସ୍‌ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଦେଖି ଅପରାଧୀଙ୍କ ଗତିବିଧି ଜାଣିବା ସହ ସେମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି।

Cuttack Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe