Advertisment

ମୋ’ ବସ୍‌ରୁ ଚୋରି; ଥାନାରେ ଯାତ୍ରୀ ହଟହଟା

କମିଶନରେଟ୍‌ ପୁଲିସ୍‌ କାଳ ବିଳମ୍ୱ ନକରି ୨୩ ନମ୍ୱର ବସ୍‌କୁ ଅଟକାଇଥିଲା। ସେତେବେଳେ ବସ୍‌ରେ ପ୍ରବଳ ଭିଡ଼ ଥିଲା। କିଏ ଚୋରି କରିଛି ଜାଣିବା ପୁଲିସ୍‌ ପକ୍ଷେ କାଠିକର ପାଠ ହୋଇଥିଲା। ତେଣୁ ସୁରକ୍ଷା ଦୃଷ୍ଟିରୁ ଯାତ୍ରୀ ଭର୍ତ୍ତିଥିବା ବସ୍‌କୁ ପୁଲିସ୍‌ ଭରତପୁର ଥାନା ପରିସରକୁ ନେଇଥିଲା।

Mo Bus

Mo Bus

Advertisment

ମେଡ଼ିକାଲ୍‌ ଆସିଥିବା ଯାତ୍ରୀଙ୍କଠାରୁ ମୋ’ ବସ୍‌ରୁ ଚୋରି ହେଲା। ଅଧା ବାଟରୁ ଥାନାକୁ ଫେରିଲା ମୋ’ ବସ୍‌। ଥାନାରେ ହଟହଟା ହେଲେ ଯାତ୍ରୀ। ହେଲେ ମିଳିଲା ନାହିଁ ଚୋରି ହୋଇଥିବା ଟଙ୍କା ଓ ଅଳଙ୍କାର। ଚୋରକୁ ଧରିବା ପାଇଁ କମିଶନରେଟ୍‌ ପୁଲିସ୍‌ ସିସିଟିଭି ଯାଞ୍ଚ କରୁଛି।

Advertisment

କଟକ ୪୨ ମୌଜାର ଅହଲ୍ୟା ଦାସ ଆଜି ଭୁବନେଶ୍ୱର ସମ୍‌ ହସ୍ପିଟାଲ୍‌ ଆସିଥିଲେ। ଅପରାହ୍ନ ଦୁଇଟାରୁ ସେ ସମ୍‌ ହସ୍ପିଟାଲରୁ ମାଷ୍ଟର କ୍ୟାଣ୍ଟିନ ଅଭିମୁଖେ ଯାଉଥିବା ୨୩ ନମ୍ବର ମୋ’ ବସ୍‌ରେ ଚଢ଼ିଥିଲେ। କଳିଙ୍ଗ ଷ୍ଟୁଡିଓ ଛକରେ ପହଞ୍ଚିଲା ବେଳକୁ ଅହଲ୍ୟାଙ୍କ ଭେନିଟ୍‌ ବ୍ୟାଗ୍‌ର ଚେନ ଖୋଲା ରହିଥିବା ଦେଖିବାକୁ ପାଇଥିଲେ। ବ୍ୟାଗରେ ଥିବା ସୁନା ଗହଣା(୩ ହଳ କାନ ଫୁଲ ଓ ଗୋଟିଏ ସୁନା ମୁଦି) ଓ ନଗଦ ୬୪୦୦ ଟଙ୍କା ନଥିବା ସେ ଜାଣିବାକୁ ପାଇଥିଲେ। ପରେ ସେ ଏ ନେଇ ଭରତପୁର ଥାନା ପୁଲିସ୍‌କୁ ସୂଚନା ଦେଇଥିଲେ।

କମିଶନରେଟ୍‌ ପୁଲିସ୍‌ କାଳ ବିଳମ୍ୱ ନକରି ୨୩ ନମ୍ୱର ବସ୍‌କୁ ଅଟକାଇଥିଲା। ସେତେବେଳେ ବସ୍‌ରେ ପ୍ରବଳ ଭିଡ଼ ଥିଲା। କିଏ ଚୋରି କରିଛି ଜାଣିବା ପୁଲିସ୍‌ ପକ୍ଷେ କାଠିକର ପାଠ ହୋଇଥିଲା। ତେଣୁ ସୁରକ୍ଷା ଦୃଷ୍ଟିରୁ ଯାତ୍ରୀ ଭର୍ତ୍ତିଥିବା ବସ୍‌କୁ ପୁଲିସ୍‌ ଭରତପୁର ଥାନା ପରିସରକୁ ନେଇଥିଲା। ସେଠାରେ ସବୁ ଯାତ୍ରୀ ଓ ତାଙ୍କ ଲଗେଜ୍‌କୁ ଯାଞ୍ଚ କରାଯାଇଥିଲା। ମାତ୍ର କିଛି ମିଳିନଥିଲା। ବସ୍‌ ଏବେ ଥାନାରେ ଥିବା ବେଳେ ଯାତ୍ରୀମାନଙ୍କୁ ଛାଡ଼ି ଦେଇଛି ପୁଲିସ୍‌।

Advertisment

ଚୋରଙ୍କୁ ଧରିବା ପାଇଁ ପୁଲିସ୍‌ କ୍ରୁଟ୍‌ର ସହାୟତା ଲୋଡ଼ିଛି। ମୋ’ ବସ୍‌ ଭିତରେ ଲାଗିଥିବା ସିସିଟିଭିର ଫୁଟେଜ୍‌ ଦେବାପାଇଁ କ୍ରୁଟ୍‌କୁ ନିର୍ଦ୍ଦେଶ ଦେଇଛି। ଏହାଛଡ଼ା ସମ୍‌ ହସ୍ପିଟାଲ୍‌ରୁ କଲିଙ୍ଗ ଷ୍ଟୁଡିଓ ଛକ୍‌ ମଧ୍ୟରେ ଥିବା ଷ୍ଟପେଜ୍‌ରେ ଲାଗିଥିବା ସିସିଟିଭିକୁ ପୁଲିସ୍‌ ଯାଞ୍ଚ କରୁଛି।

Bhubaneswar Bhubaneswar News Mo Bus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe