Advertisment

ସାବିତ୍ରୀ ବ୍ରତ ପାଇଁ ଆସିଥିଲେ; ମନ୍ଦିରରେ ପିଟାପିଟି ଲାଗିଲେ ମହିଳା

ସାବିତ୍ରୀ ବ୍ରତ ପୂଜାକୁ ନେଇ ମନ୍ଦିରରେ ଦୁଇ ଗୋଷ୍ଠୀର ମହିଳାଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ପରବର୍ତ୍ତୀ ସମୟରେ ଯୁକ୍ତିତର୍କ ଠେଲାପେଲାରେ ପରିଣତ ହୋଇଥିଲା। ୩୦ରୁ ୪୫ ମିନିଟ୍‌ ଧରି ଚାଲିଥିଲା ଠେଲାପେଲା।

ଅଦ୍ୟତନ ହୋଇଛି
Balasore

Balasore

Advertisment

ସ୍ୱାମୀଙ୍କ ଦୀର୍ଘାୟୁ କାମନା ପାଇଁ ଉପବାସ ରହି ସାବିତ୍ରୀ ବ୍ରତ ପୂଜା କରିବାକୁ ମହାଦେବ ମନ୍ଦିର ଆସିଥିଲେ ମହିଳା। ହେଲେ ମନ୍ଦିରରେ ପୂଜାର୍ଚ୍ଚନା କରିବେ କ’ଣ, ପିଟାପିଟ୍‌ ଲାଗିଲେ। ପରିସ୍ଥିତି ଏମିତି ହେଲେ ଯେ ପୁଲିସ୍‌କୁ ଆସିବା ପାଇଁ ପଡ଼ିଲା। ଆଜି ସକାଳେ ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।

Advertisment

ଜଳେଶ୍ୱର ଥାନା ମହୁଲିଆ ଗାଁରେ ରହିଛି ମହାଦେବ ମନ୍ଦିର। ଏହି ମନ୍ଦିରରେ ଥିବା ପୂଜକ ପ୍ରତିଦିନ ଭୋଲେବାବାଙ୍କୁ ପୂଜା କରନ୍ତି। ଆଜି ସକାଳେ ସାବିତ୍ରୀ ବ୍ରତ ଥିବାରୁ ପୂଜା ପାଇଁ ବହୁ ମହିଳାଙ୍କ ଭିଡ୍‌ ପରିଲକ୍ଷିତ ହୋଇଥିଲା। ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମହିଳାମାନେ ପୂଜା କରିବା ପାଇଁ ଆସିଥିଲେ। ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ମହିଳାମାନେ ଆଉ ଜଣେ ପୂଜକଙ୍କ ମାଧ୍ୟମରେ ସାବିତ୍ରୀ ବ୍ରତ ପୂଜା କରିବାକୁ ଚାହିଁଥିଲେ। ହେଲେ ପୂର୍ବରୁ ମନ୍ଦିରରେ ପୂଜା କରୁଥିବା ମହିଳାମାନେ ବିରୋଧ କରିଥିଲେ।

ସାବିତ୍ରୀ ବ୍ରତ ପୂଜାକୁ ନେଇ ମନ୍ଦିରରେ ଦୁଇ ଗୋଷ୍ଠୀର ମହିଳାଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ପରବର୍ତ୍ତୀ ସମୟରେ ଯୁକ୍ତିତର୍କ ଠେଲାପେଲାରେ ପରିଣତ ହୋଇଥିଲା। ୩୦ରୁ ୪୫ ମିନିଟ୍‌ ଧରି ଚାଲିଥିଲା ଠେଲାପେଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗାଁ ଲୋକେ ହସ୍ତକ୍ଷେପ କରିଥିଲେ। ମାତ୍ର କୌଣସି ସୁଫଳ ମିଳିନଥିଲା। ବରଂ ପରିସ୍ଥିତି ଭୟଙ୍କର ହେଉଥିଲା। ଏ ସମ୍ପର୍କରେ ଖବର ପାଇ ଜଳେଶ୍ୱର ଥାନା ପୁଲିସ୍‌ ମନ୍ଦିରରେ ପହଞ୍ଚି ଦୁଇ ପକ୍ଷ ମହିଳାଙ୍କୁ ବୁଝାସୁଝା କରିଥିଲେ। ତା’ପରେ ଉତ୍ତେଜନା ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୁଲିସ୍‌ ଉପସ୍ଥିତିରେ ପୁନର୍ବାର ପୂଜା ଚାଲିଥିଲା। ମହିଳାମାନେ ସାବିତ୍ରୀ ବ୍ରତ ପୂଜା କରିଥିଲେ।

Advertisment

ସୂଚନାରୁ ପ୍ରକାଶ, ମହୁଲିଆ ଗାଁରେ ଦୁଇ ଗୋଷ୍ଠୀର ମହିଳାଙ୍କ ଭିତରେ ପୂର୍ବରୁ ଶତ୍ରୁତା ଥିଲା। ସେହି ଶତ୍ରୁତା ଆଜି ଉଗ୍ରରୂପ ଧାରଣ କରିଥିଲା। ପୂଜାର୍ଚ୍ଚନା ବାହାନାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଚର୍ଚ୍ଚା ହେଉଛି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe