ସାମାନ୍ୟ ବଚସା ନେଲ ଉଗ୍ର ରୂପ। କାର୍ ଓ ଅଟୋ ଜାଳିଦେଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏନେଇ ଥାନରେ ଅଭିଯୋଗ କରିଛନ୍ତି ଗାଡ଼ି ମାଲିକ।
ଭୁବନେଶ୍ୱର ସ୍ଥିତ ବୁଦ୍ଧ ବିହାର ଆବାସ ଆପାର୍ଟମେଂଟ ବାହାରେ ଜଣେ ବ୍ୟକ୍ତି କାର୍ ଓ ଅଟୋ ରହିଥିଲା। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ କାର୍ ଓ ଅଟୋରେ ନିଆଁ ଲଗାଇ ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।
Also Read
ଗାଡ଼ି ମାଲିକ କହିଛନ୍ତି, ଗତକାଲି ବିଳମ୍ବିତରେ ମୋର ୨ଟି ଗାଡ଼ିରେ କିଏ ଲାଗାଇ ଦେଇଥିଲା।।ପାଖ ପାଡ଼ୋଶୀ ଏହା ଦେଖି ମୋତେ ଡାକିଥିଲେ। ମୁଁ ଉଠି ଦେଖିଲା ବେଳକୁ ଗାଡ଼ି ୨ଟି ହୁତୁହୁତୁ ହୋଇ ଜଳୁଛି। ପରେ ବହୁ କଷ୍ଟରେ ନିଆଁକୁ ଆୟତ୍ତ କରାଯାଇଥିଲା। ଗାଡ଼ି ୨ଟି ଜଳିପୋଡ଼ି ପାଉଁଶ ହୋଇଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଆୟଠାରୁ ୨୮୦% ଅଧିକ ସମ୍ପତ୍ତି ଠୁଳ କରି ବନ୍ଧା ହେଲେ ଖାଦ୍ୟ ଯୋଗାଣ ଅଧିକାରୀ
ସିଏସ୍ଓ ସୁରେଶ କୁମାର ପାଣିଗ୍ରାହୀଙ୍କ ସମସ୍ତ ସମ୍ପତ୍ତି ଠାବ କରି ତା’ର ହିସାବ କଲାପରେ ତାଙ୍କ ଆୟ ଓ ବ୍ୟୟର ହିସାବ କରାଯାଇଥିଲା ଏବଂ ସେ ତାଙ୍କ ଆୟଠାରୁ ୨୮୦% ସଂପତ୍ତି ଠୁଳ କରିଥିବା ଜଣାପଡ଼ିଛି।
Crime
କୋଟିପତି ଯୋଗାଣ ଅଧିକାରୀ ଗିରଫ
ବ୍ୟାଙ୍କରେ ସୁରେଶ କୁମାର ପାଣିଗ୍ରାହୀଙ୍କର କେବଳ ୧.୭୨ କୋଟି ଟଙ୍କାର ଜମା ରହିଛି।
Crime
ନାବାଳକ ଛାତ୍ର ସହ ସେକ୍ସ କରିଥିଲେ ଶିକ୍ଷୟିତ୍ରୀ, ମିଳିଲା ୩୦ ବର୍ଷ ଜେଲ୍
ଅଷ୍ଟମ ଶ୍ରେଣୀ ଛାତ୍ରକୁ ମଦ, ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଦେଇ ତା' ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ ଶିକ୍ଷୟିତ୍ରୀ। ଅଭିଯୋଗ ପରେ କରିଥିଲେ ଆତ୍ମସମର୍ପଣ।
Crime
ଡିଜିଟାଲ ଆରେଷ୍ଟର ଧମକ; ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟ୍
ଅହମ୍ମଦାବାଦର ଜଣେ ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା।
Crime
ମୋବାଇଲ ହେଲା କାଳ; ଝୁଲି ପଡ଼ିଲେ ଦମ୍ପତି
ଘର ବାହାରେ ୧୧ମାସର ଶିଶୁ କନ୍ୟାଟି କାନ୍ଦୁ ଥିବା ଶୁଣି ପାଖ ପଡ଼ୋଶୀ ଛୁଆ ପାଖକୁ ଧାଇଁ ଆସିଥିଲେ।