Advertisment

ସାମାନ୍ୟ ବଚସା ନେଲା ଉଗ୍ର ରୂପ; କାର୍‌ ଓ ଅଟୋ ଜାଳିଦେଲେ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟିଥିବା ସନ୍ଦେହ କରାଯାଉଛି।

ଅଦ୍ୟତନ ହୋଇଛି
Fire

Fire

Advertisment

ସାମାନ୍ୟ ବଚସା ନେଲ ଉଗ୍ର ରୂପ। କାର୍‌ ଓ ଅଟୋ ଜାଳିଦେଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏନେଇ ଥାନରେ ଅଭିଯୋଗ କରିଛନ୍ତି ଗାଡ଼ି ମାଲିକ।

Advertisment

ଭୁବନେଶ୍ୱର ସ୍ଥିତ ବୁଦ୍ଧ ବିହାର ଆବାସ ଆପାର୍ଟମେଂଟ ବାହାରେ ଜଣେ ବ୍ୟକ୍ତି କାର୍‌ ଓ ଅଟୋ ରହିଥିଲା। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ କାର୍‌ ଓ ଅଟୋରେ ନିଆଁ ଲଗାଇ ଦେଇଥିଲେ।  ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଗାଡ଼ି ମାଲିକ କହିଛନ୍ତି, ଗତକାଲି ବିଳମ୍ବିତରେ ମୋର ୨ଟି ଗାଡ଼ିରେ  କିଏ ଲାଗାଇ ଦେଇଥିଲା।।ପାଖ ପାଡ଼ୋଶୀ ଏହା ଦେଖି ମୋତେ ଡାକିଥିଲେ।  ମୁଁ ଉଠି ଦେଖିଲା ବେଳକୁ ଗାଡ଼ି ୨ଟି ହୁତୁହୁତୁ ହୋଇ ଜଳୁଛି। ପରେ ବହୁ କଷ୍ଟରେ ନିଆଁକୁ ଆୟତ୍ତ କରାଯାଇଥିଲା। ଗାଡ଼ି ୨ଟି ଜଳିପୋଡ଼ି ପାଉଁଶ ହୋଇଯାଇଛି। 

Advertisment
Bhubaneswar Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe