Advertisment

ରାତି ଅଧରେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ପ୍ରତିବାଦ କରିବାରୁ ଦମ୍ପତିଙ୍କୁ ହାଣିଲେ

ସିମିଳି ସାହି ଗାଁର ପ୍ରମୋଦ ପ୍ରଧାନଙ୍କ ଘରର ପଛପଟ କବାଟ ଭାଙ୍ଗି ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପଶିଥିଲେ । ରାତିରେ ଠକଠକ୍ ଶଦ୍ଦ ଶୁଣି ଘର ମାଲିକ ପ୍ରମୋଦ ଏବଂ ତାଙ୍କ ପତ୍ନୀ ନିଦରୁ ଉଠି ପଡିଥିଲେ ।

Loot

Loot

Advertisment

ରାତି ଅଧରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ। ପ୍ରତିବାଦ କରିବାରୁ ଘର ମାଲିକ ଓ ତାଙ୍କ ପତ୍ନୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ପଛାଇଲେ ନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଦଶପଲ୍ଲା ଥାନା ସିମିଳି ସାହି ଗାଁରେ ।

Advertisment

ସିମିଳି ସାହି ଗାଁର ପ୍ରମୋଦ ପ୍ରଧାନଙ୍କ ଘରର ପଛପଟ କବାଟ ଭାଙ୍ଗି ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପଶିଥିଲେ । ରାତିରେ ଠକଠକ୍ ଶଦ୍ଦ ଶୁଣି ଘର ମାଲିକ ପ୍ରମୋଦ ଏବଂ ତାଙ୍କ ପତ୍ନୀ ନିଦରୁ ଉଠି ପଡିଥିଲେ । ହଠାତ୍‌ ଆଖି ଆଗରେ କିଛି ଦୁର୍ବୃତ୍ତଙ୍କୁ ଦେଖି ସେମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଫଳରେ ଦୁର୍ବୃତ୍ତମାନେ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିସହ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଅନେକ ମୂଲ୍ୟବାନ ଜିନିଷ ଚୋରି ଫେରାର ହୋଇଗଲେ।

ଦମ୍ପତିଙ୍କ ଚିତ୍କାର ଶୁଣି ପଡୋଶୀ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସେମାନଙ୍କୁ ଚିକିତ୍ସା ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

Advertisment

ଖବର ପାଇ ଦଶପଲ୍ଲା ପୁଲିସ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ବୃତ୍ତଙ୍କ ଟେର ମିଳି ପାରିନି।

Loot Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe