Advertisment

୮ ବର୍ଷର ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା, ଅଭିଯୁକ୍ତମାନେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ର

ଏପରି ଜଘନ୍ୟ କାଣ୍ଡ ଛାତ୍ରୀ ଜଣକ ପଢୁଥିବା ସ୍କୁଲର ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ର ଘଟାଇଛନ୍ତି।

author-image
Debibandita Barick
Girl

Girl

ତୃତୀୟ ଶ୍ରେଣୀର ଝିଅକୁ ବିଭତ୍ସ ହତ୍ୟା। ଗଣଦୁଷ୍କର୍ମ ପରେ ହତ୍ୟା କରି କେନାଲକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ। ଏପରି ଜଘନ୍ୟ କାଣ୍ଡ ଆଉ କେହି ନୁହେଁ, ସେହି ସ୍କୁଲରେ ପଢୁଥିବା ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ର ଘଟାଇଛନ୍ତି। 

Advertisment

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ଜଣେ ତୃତୀୟ ଶ୍ରେଣୀର ଛାତ୍ରୀ ଗତ ରବିବାର(ଜୁଲାଇ ୭)ରେ ମୁଚୁମାରି ଅଞ୍ଚଳରେ ଥିବା ଏକ ପାର୍କରେ ଖେଳୁଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ନ ମିଳିବାରୁ ଏନେଇ ତାଙ୍କ ବାପା ଥାନାରେ ନିଖୋଜ ଅଭିଯୋଗ କରିଥିଲେ।

ଖବର ପାଇ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହ ପଡୋଶୀ ଏବଂ ସ୍କୁଲ୍ ପିଲାମାନଙ୍କୁ ପଚରା ଉଚରା କରିଥିଲା। ତଦନ୍ତ ସମୟରେ ଛାତ୍ରୀ ଜଣକ ପଢୁଥିବା ସ୍କୁଲର କିଛି ଛାତ୍ର ତାଙ୍କୁ ଦୁଷ୍କର୍ମ ପରେ ମାରି ଫିଙ୍ଗି ଦେଇଥିବା ସ୍ୱୀକାର କରିଛନ୍ତି। 

Advertisment

ସେମାନେ କହିଛନ୍ତି ଯେ, ଛାତ୍ରୀଙ୍କୁ ଏକ ପାର୍କରେ ଖେଳୁଥିବାର ଦେଖି ତାଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କ ସହ ଖେଳିଥିଲେ। ଏହାପରେ ମୁଚୁମାରି ଡ୍ୟାମ୍ ନିକଟରେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ। ଏନେଇ ସେ ପରିବାର ଲୋକଙ୍କୁ କହିଦେବା ଭୟରେ ତାଙ୍କୁ ହତ୍ୟା କରି ଡ୍ୟାମରେ ଫିଙ୍ଗି ଦେଇଥିବା କହିଛନ୍ତି।

ପୁଲିସର କହିବା ଅନୁସାରେ, ଅଭିଯୁକ୍ତ ଛାତ୍ରମାନେ ନାବାଳିକା ପଢୁଥିବା ସ୍କୁଲର ଛାତ୍ର। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଷଷ୍ଠ ଓ ଅନ୍ୟ ଜଣେ ସପ୍ତମ ଶ୍ରେଣୀରେ ପଢୁଥିଲେ। ବର୍ତ୍ତମାନ ସୁଦ୍ଧା ଛାତ୍ରୀଙ୍କ ମୃତଦେହର ସନ୍ଧାନ ମିଳିନଥିବାରୁ ହତ୍ୟା କି ଦୁଷ୍କର୍ମ ମାମଲା ରୁଜୁ କରାଯାଇ ନାହିଁ। ଛାତ୍ରମାନଙ୍କୁ ଥାନାରେ ଅଟକ ରଖାଯାଇଛି।  

Crime Gangrape AP Gangrape News