Advertisment

ମିଳିଲା ନିଖୋଜ ବିଜେପି ନେତ୍ରୀଙ୍କ ମୃତଦେହ, ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିଲା ସ୍ୱାମୀ

ମିଳିଲା ଗତ ସପ୍ତାହରେ ନିଖୋଜ ଥିବା ମହାରାଷ୍ଟ୍ର ୟୁନିଟ୍ ବିଜେପି ସଂଖ୍ୟାଲଘୁ ଶାଖା ମୁଖ୍ୟ ସନା ଖାନଙ୍କ ମୃତଦେହ। ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିଲା ସ୍ୱାମୀ।

ଅଦ୍ୟତନ ହୋଇଛି
Died Sana Khan File Photo

Died Sana Khan File Photo

Advertisment

ମିଳିଲା ନିଖୋଜ ମହାରାଷ୍ଟ୍ର ୟୁନିଟ୍ ବିଜେପି ସଂଖ୍ୟାଲଘୁ ଶାଖା ମୁଖ୍ୟ ସନା ଖାନଙ୍କ ମୃତଦେହ। ଗତ ସପ୍ତାହରୁ ସନା ଖାନ ନିଖୋଜ ଥିବାବେଳେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ସନାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଜବଲପୁର ପୁଲିସ କହିଛି। ମିଳିତ ଅପରେସନରେ ଜବଲପୁର ଏବଂ ନାଗପୁର ପୁଲିସ ମୁଖ୍ୟ ଅଭିଯୁକ୍ତ ଅମିତ ଓରଫ୍ ପପୁ ସାହୁଙ୍କୁ ଗିରଫ କରିଛି।

Advertisment

ସନା ଅମିତଙ୍କୁ ଭେଟିବା ପାଇଁ ନାଗପୁରରୁ ମଧ୍ୟପ୍ରଦେଶର ଜବଲପୁରକୁ ଯାଇଥିଲେ। ଦୁଇ ଦିନ ମଧ୍ୟରେ ଘରକୁ ଫେରିବାର ଥିଲା, କିନ୍ତୁ ସେ ଆଉ ଫେରି ନଥିଲେ। ଅମିତ ଏକ ମଦ ଚୋରା କାରବାରରେ ଜଡିତ ଥିଲେ। ଏଥିସହ ସେ ଜବଲପୁର ନିକଟରେ ଏକ ରାସ୍ତାକଡ଼ରେ ମଧ୍ୟ ଭୋଜନାଳୟ ଚଳାଉଥିଲେ। ଆର୍ଥିକ କାରବାରକୁ ନେଇ ସନା ଏବଂ ଅମିତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ସେ ସନାଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି।

ଅଭିଯୁକ୍ତର କହିବା ଅନୁସାରେ, ସେ ସନାଙ୍କୁ ନିଜ ଘରେ ପିଟିପିଟି ହତ୍ୟା କରିଛି। ଏହା ପରେ ସେ ଜବଲପୁରଠାରୁ ପ୍ରାୟ 45 କିଲୋମିଟର ଦୂରରେ ଥିବା ହିରାନ ନଦୀରେ ମୃତଦେହ ଫିଙ୍ଗିଦେଇଛି। ପୁଲିସ ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ସମ୍ପୃକ୍ତ ଥିବା ମଧ୍ୟ ଉଲ୍ଲେଖ କରିଛି ପୁଲିସ। ପୁଲିସ କହିଛି ଯେ, ସନା ଏବଂ ଅମିତ ଉଭୟଙ୍କୁ ବିବାହ କରିଥିଲେ। କିନ୍ତୁ ଆର୍ଥିକ କାରବାରକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସନା ଅମିତଙ୍କୁ ଭେଟିବା ପାଇଁ ନାଗପୁରରୁ ଜବଲପୁରକୁ ଆସିଥିଲେ। ଏହି ସମୟରେ ଅମିତ ସନାଙ୍କୁ ହତ୍ୟା କରିଛି। ପୁଲିସ ମାମଲାର ତଦନ୍ତ କରୁଛି। 

Advertisment
Husband Kill BJP Leader Maharasthra BJP Leader Missing BJP Leader Death Crime News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe