Advertisment

ପୁଅ ପାଇଁ ଘରେ କାନ୍ଦ ବୋବାଳି; ‍ବନ୍ଦ ଶ୍ରେଣୀ ଗୃହରୁ ଉଦ୍ଧାର ହେଲା

ସ୍କୁଲ ଛୁଟି ହେଲା ପରେ ଘରକୁ ବାହୁଡ଼ିଲେ ସବୁ ପିଲା। ମାତ୍ର ଜଣେ ପିଲାର ପତ୍ତା ମିଳିଲାନି। ପରିବାର ଲୋକେ ନଦୀ କୂଳ, ପୋଖରୀ ହୁଡ଼ା ତଥା କୂଅ ମୁଣ୍ଡରେ ଖୋଜି ଖୋଜି ପିଲାକୁ ପାଇଲେନି।

Rescued Student

Rescued Student

Advertisment

ସ୍କୁଲ ଛୁଟି ହେଲା ପରେ ଘରକୁ ବାହୁଡ଼ିଲେ ସବୁ ପିଲା। ମାତ୍ର ଜଣେ ପିଲାର ପତ୍ତା ମିଳିଲାନି। ପରିବାର ଲୋକେ ନଦୀ କୂଳ, ପୋଖରୀ ହୁଡ଼ା ତଥା କୂଅ ମୁଣ୍ଡରେ ଖୋଜି ଖୋଜି ପିଲାକୁ ପାଇଲେନି। ଶେଷରେ ଗାଁ ଲୋକେ ଖୋଜାଖୋଜି ପରେ ପିଲାଟିକୁ ବନ୍ଦ ସ୍କୁଲ ଭିତରୁ ଅଚେତ ଅବସ୍ଥାରେ ଉଦ୍ଧାର କଲେ। ଏପରି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ କୁରାଢ଼ିକ ଗାଁ ସ୍କୁଲରେ ଘଟିଛି। ପିଲାଟିର ଅଭିଭାବକ ଏପରି ଖାମଖିଆଲି ନୀତି ପାଇଁ ସ୍କୁଲ ଶିକ୍ଷକଙ୍କୁ ଦାୟୀ କରିଥିବା ବେଳେ ଶିକ୍ଷକମାନେ କିନ୍ତୁ ନିଜ ମୁଣ୍ଡକୁ ଦୋଷ ନେବାକୁ ନାରାଜ ।

Advertisment

କୁରାଢ଼ିକ ଗାଁର ବସନ୍ତ ମହାନ୍ତଙ୍କ ପୁଅ ଗାଁ ସ୍କୁଲରେ ତଅତୀୟ ଶ୍ରେଣଈରେ ପଢ଼େ। ଗତ ମଙ୍ଗଳବାର ପିଲାଟଇ ସ୍କୁଲ ଯାଇଥିବା ବେଳେ ସ୍କୁଲ ଛୁଟି ପରେ ଘରକୁ ଫେରି ନ ଥିଲା। ପୁଅ ନ ଫେରିବାରୁ ପରିବାର ଲୋକଙ୍କ ମନରେ ଶଙ୍କା ପଶିଥିଲା। ଚାରିଆଡ଼େ ଖୋଜାଖୋଜି ପରେ ବି ପିଲାଟିର ସନ୍ଧାନ ପାଇ ପାରି ନ ଥିଲେ।

ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ ଗାଁ ପୋଖରୀ, ନାଳ କୂଅ, ଜଙ୍ଗଲ ଓ ଅନ୍ୟାନ୍ୟ ସ୍ଥାନରେ ଖୋଜିଥିଲେ। ତେବେ ସନ୍ଧ୍ୟା ପରେ ସ୍କୁଲ ଭିତରୁ କାନ୍ଦ ବୋବାଳି ଶବ୍ଦ ଶୁଣିବାକୁ ପାଇ କିଛି ଲୋକ ସେଠାରେ ପହଞ୍ଚିଥିଲେ। ଏହାପରେ ଝରକା ତାଡ଼ି ତା’ ଭିତରୁ ସେମାନେ ପିଲାଟିକୁ ଉଦ୍ଧାର କରିଥିଲେ।

Advertisment

ଉକ୍ତ ସମୟରେ ପିଲାଟିର ନାକରୁ ରକ୍ତସ୍ରାବ ହେଉଥିଲା। ତୁରନ୍ତ ପିଲାଟିକୁ ପରିବାର ଲୋକେ ବୈଶିଙ୍ଗା ମେଡିକାଲ ନେଇଥିବା ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେ ସୁରକ୍ଷିତ ଥିବା ଜଣାଯାଇଛି।

ଏନେଇ ପିଲାଟିକୁ ପଚାରିବାରୁ କିଛି ପିଲା ମୋ’ ସହ ମାଡ଼ଗୋଳ କରିଥିଲେ। ମୋ’ ନାକରୁ ରକ୍ତ ବାହାରିବାରୁ ମୁଁ ଅଚେତ ହୋଇ ପଡ଼ିଥିଲି। ଚେତା ଫେରିବା ପରେ କାହାକୁ ନ ପାଇ କାନ୍ଦିବାକୁ ଲାଗିଲି ବୋଲି କହିଛି।

ପିଲାଟି ନିଖୋଜ ହେବା ନେଇ ତାଙ୍କ ବାପା ଏନେଇ ପ୍ରଧାନଶିକ୍ଷକଙ୍କୁ ଫୋନ କରି କହିବାରୁ କିଛି କରି ପାରିବିନି, ଯାହା କରିବାର ଅଛି କର ବୋଲି କହିଥିଲେ । ଏହାପରେ ଘଟଣା ସମ୍ପର୍କରେ ବସନ୍ତ ବୈଶିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ବି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Missing Child Mayurbhanj Rescue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe