Advertisment

୩ ଦିନ ତଳେ ନିଖୋଜ ହୋଇ ଯାଇଥିଲେ ନାବାଳକ, ମୁମୁର୍ଷ ଅବସ୍ଥାରେ ଉଦ୍ଧାର

ପୁଲିସ୍‌ ବହୁ ଖୋଜାଖୋଜି କରିଥିଲେ ବି ନାବାଳକଙ୍କ ପତ୍ତା ପାଇ ପାରି ନ ଥିଲା। ମାତ୍ର ଆଜି ସକାଳୁ ନାବାଳକଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।

hospital

hospital

Advertisment

୩ ଦିନ ତଳେ ହଠାତ୍‌ ନିଖୋଜ ହୋଇ ଯାଇଥିଲେ ୧୨ ବର୍ଷର ନାବାଳକ । ଏହା ପଛରେ ପଡ଼ୋଶୀଙ୍କ ହାତ ଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ। ପୁଲିସ୍‌ ବହୁ ଖୋଜାଖୋଜି କରିଥିଲେ ବି ନାବାଳକଙ୍କ ପତ୍ତା ପାଇ ପାରି ନ ଥିଲା। ମାତ୍ର ଆଜି ସକାଳୁ ପଡ଼ୋଶୀଙ୍କ ଘର ନିକଟରୁ ନାବାଳକଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରଦାଙ୍ଗି ଗ୍ରାମରେ ଘଟିଛି। କରଦାଙ୍ଗି ଗ୍ରାମର ସଞ୍ଜୟ ପାତ୍ର ଓ ରିଙ୍କି ପାତ୍ରଙ୍କ ନାବାଳକ ପୁଅ ନିଖୋଜ ହୋଇ ଯାଇଥିବା ନେଇ ସେମାନେ ଗତ ୨୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଏହା ପଛରେ ପଡ଼ୋଶୀ ମହିଳା ରଶ୍ମୀ ପାତ୍ରଙ୍କ ହାତ ଥିବା ସେମାନେ ଅଭିଯୋଗ କରିଥିଲେ।

ନାବାଳକଙ୍କ ମା’ ରିଙ୍କି ପାତ୍ର ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ମୋ’ ପୁଅ ରଶ୍ମୀ ପାତ୍ରଙ୍କ ୫ ବର୍ଷର ପୁଅ ମୋ’ ପୁଅ ସହ ମିଶି ତାଙ୍କ ଘରୁ ଟଙ୍କା ଚୋରି କରୁଥିବା ସେ ଅଭିଯୋଗ କରିଥିଲେ। ଏହି ଅଭିଯୋଗରେ ସେ ମୋ’ ପୁଅକୁ ଅଟକ ରଖିବା ସହ ତାର ସାଇକେଲ କୁ ମଧ୍ୟ ରଖି ଦେଇଥିଲେ। ଟଙ୍କା ଦେଲେ ସାଇକେଲ ଓ ପୁଅକୁ ଛାଡ଼ିବେ ବୋଲି ଧମକ ଦେଇଥିଲେ।

Advertisment

ଏହି ଅଭିଯୋଗ ପାଇବା ପରେ ପୁଲିସ ତତ୍ପରତା ପ୍ରକାଶ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ରଶ୍ମୀଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲେ ବି କୌଣସି ସୁରାଗ ପାଇ ପାରି ନ ଥିଲା। ଏହାପରେ ଖୋଦ୍‌ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ଓ ବରିଷ୍ଠ ଅଧିକାରୀ ତଥା ୩ ପ୍ଲାଟୁନ୍‌ ଫୋର୍ସ ଗତକାଲି କରଦାଙ୍ଗି ଗ୍ରାମରେ ପହଞ୍ଚିଥିଲେ। ସେମାନେ ରଶ୍ମୀଙ୍କ ଘର ସମେତ ପୂରା ଗାଁ ସାରା ଛାନଭିନ କରିଥିଲେ। ମାତ୍ର ନାବାଳକଙ୍କ ସନ୍ଧାନ ମିଳି ନ ଥିଲା।

ତେବେ ଆଜି ସକାଳେ ରଶ୍ମୀ ପାତ୍ରଙ୍କ ଘର ପଛ ପଟେ ଥିବା ଏକ ପାଳ ଭାଡ଼ି ତଳୁ ନିଖୋଜ ନାବାଳକଙ୍କୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ଚିକିତ୍ସାଧୀନ ଅଛନ୍ତି। ସେ ବିପଦମୁକ୍ତ ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ପୁଲିସ୍‌ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଚଳାଇଥିବା ବେଳେ କାହାକୁ ଗିରଫ କରିନାହିଁ ।

Keonjhar Missing Child Rescue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe