Advertisment

ହଠାତ୍‌ ଘରକୁ ଫୋନ୍‌ କଲା ନିଖୋଜ ଝିଅ, ରାଜସ୍ଥାନରେ ପହଞ୍ଚିଲା ପୁଲିସ୍‌

କିଛି ଦିନ ତଳେ ପରିବାର ସଦସ୍ୟଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିବା ବେଳେ ଝିଅଟି ତାକୁ ବଞ୍ଚାଇବାକୁ ଅନୁରୋଧ କରିଥିଲା।ଏନେଇ ପରିବାର ଲୋକେ ତୁରନ୍ତ ଥାନାକୁ ସୂଚନା ଦେଇଥିଲେ।

author-image
Niharika Rout
Arrest

Arrest

ବର୍ଷେ ତଳେ ଘରୁ ନିଖୋଜ ହୋଇ ଯାଇଥିଲା ଝିଅ। ଖୋଜି ଖୋଜି ପତ୍ତା ପାଉ ନ ଥିଲା ପରିବାର। ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ପୁଲିସ୍‌ ହାତ ବି ଖାଲି ଥିଲା। ମାତ୍ର ହଠାତ୍‌ କିଛି ଦିନ ତଳେ ଘରକୁ ଏକ ଅଜଣା ନମ୍ବରରୁ କଲ୍ କରି ଝିଅଟି ବଞ୍ଚାଇବାକୁ ଆକୁଳ ନିବେଦନ କରିଥିଲା। ଏହାପରେ ଚଳଚଞ୍ଚଳ ହୋଇ ଉଠିଲା ପୁଲିସ୍‌ । ଆଉ ସୂଦୁର ରାଜସ୍ଥାନର ଯାଇ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଏହି ରାକେଟ ଚଳାଇଥିବା ୬ ଜଣଙ୍କୁ ବାନ୍ଧିଛି। ଏପରି ଏକ ସାଂଘାତିକ ଘଟଣା ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଞ୍ଚଳରେ ଘଟିଛି ।

Advertisment

ଗତବର୍ଷ ଅକ୍ଟୋବରରେ କୁତ୍ରା ଅଞ୍ଚଳର ଜଣେ ନାବାଳିକା ନିଖୋଜ ଥିବା ନେଇ ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ପୁଲିସ ତନାଘନା ଜାରି ରଖିଥିବା ବେଳେ କିଛି ପତ୍ତା ପାଇ ପାରୁ ନ ଥିଲା।

କିଛି ଦିନ ତଳେ ପରିବାର ସଦସ୍ୟଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିବା ବେଳେ ଝିଅଟି ତାକୁ ବଞ୍ଚାଇବାକୁ ଅନୁରୋଧ କରିଥିଲା।ଏନେଇ ପରିବାର ଲୋକେ ତୁରନ୍ତ ଥାନାକୁ ସୂଚନା ଦେଇଥିଲେ।

Advertisment

ଖବର ପାଇ ଏସଡିପିଓ ଅଭିଷେକ ପ୍ରାଣିଗ୍ରାହୀ କୁତ୍ରା ଥାନା ଅଧିକାରୀ ମନୋରଞ୍ଜନ ବିଶିଙ୍କୁ ନେଇ ଏକ ଟିମ୍‌ ଗଠନ କରିଥିଲେ ଏବଂ ରାଜସ୍ଥାନ ଯାଇଥିଲେ। ଉକ୍ତ ଟିମ୍‌ ସେଠାରୁ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି।

ସେଠାରୁ ୨ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ରାକେଟରେ ସମ୍ପୃକ୍ତ ଦୁଇଜଣଙ୍କୁ ରାଜସ୍ଥାନରୁ ଗିରଫ କରିଥିଲା। ପରେ ରାଉରକେଲାରୁ ଆଉ ଚାରିଜଣଙ୍କୁ ଗିରଫ କରିଛି ପୁଲିସ।

ଏହି ରାକେଟ ରେଲୱେ ଷ୍ଟେସନ ଓ ବସଷ୍ଟାଣ୍ଡରେ ଗରିବ ଝିଅଙ୍କୁ ଅଧିକ ଦରମାର ଚାକିରି ଦେବାର ପ୍ରଲୋଭନ ଦେଖାଇ ରାଜସ୍ଥାନରେ ବିକ୍ରି କରୁଥିଲେ । ଏହି ରାକେଟରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାଙ୍କୁ ଧରିବାକୁ ପୋଲିସ ତଦନ୍ତ ଜାରି ରଖିଛି ।

ଏନେଇ ଏସଡିପିଓ ଅଭିଷେକ ପ୍ରାଣିଗ୍ରାହୀ କହିଛନ୍ତି, ମିସିଂ କେସ୍‌ର ଅନୁସନ୍ଧାନ କରୁ କରୁ ଝିଅ ବିକ୍ରି ରାକେଟ ସକ୍ରିୟ ଥିବା ଜାଣିବାକୁ ପାଇଥିଲୁ। ଏହାର ପତ୍ତା ଲଗାଇବାକୁ ରାଜସ୍ଥାନ ଦୁଇ ଥର ଯାଇଥିଲୁ। ସେଠାରୁ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିବା ସହ ୨ ଏଜେଣ୍ଟଙ୍କୁ ବାନ୍ଧିଛୁ। ଏହାପରେ ଓଡ଼ିଶାରୁ ଆଉ ୪ ଜଣଙ୍କୁ ଗିରଫ କରିଛୁ।

ସେମାନେ ଚାକିରି ଦେବାର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ରାଜ୍ୟ ବାହାରକୁ ନେଇ ଯାଉଥିଲେ। ଏହାପରେ ସେଠାରେ ସେମାନଙ୍କୁ ଅଢେଇ ଲକ୍ଷରୁ ସାଢେ ୩ ଲକ୍ଷ ଟଙ୍କା ମଧ୍ୟରେ ବିକ୍ରି କରୁଥିଲେ ।

ବିକ୍ରି ପରେ ନାବାଳିକାମାନଙ୍କୁ ବିବାହ ପାଇଁ ଜବରଦସ୍ତି କରାଯାଉଥିଲା। ନାବାଳିକାମାନେ ମନା କରିବାରୁ ସେମାନେ ତାଙ୍କ ହାତଗୋଡ଼କୁ ରଶିରେ ବାନ୍ଧି ପ୍ରବଳ ପିଟୁଥିଲେ। ଏଥିସହ ବହୁତ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ।

ଏପରି ଏକ ରାକେଟର ପର୍ଦ୍ଦାଫାସ୍‌ ହୋଇଥିବା ବେଳେ ଆଉ କିଏ କିଏ ଏଥିରେ ସାମିଲ ଅଛନ୍ତି ତାହାର ତଦନ୍ତ କରୁଛି ପୁଲିସ୍‌ ।

Sundargarh