Advertisment

ବାପାମା’ଙ୍କ କୋଳକୁ ଫେରିଲା ପୁଅ, ୯ଦିନ ହେଲା ନିଖୋଜ ଥିଲା

ଗତକାଲି ଯୋଗେଶଙ୍କ ବାପା ମା’ ମୈତ୍ରୀବିହାର ଥାନା ଆଗରେ ଧାରଣା ଦେଇଥିଲେ।

ଅଦ୍ୟତନ ହୋଇଛି
Yogesh Balaji

Yogesh Balaji

Advertisment

ରାଜଧାନୀରୁ ୯ ଦିନ ହେଲା ନିଖୋଜ ଥିବା ଛାତ୍ର ଯୋଗେଶ ବାଲାଜୀଙ୍କୁ ଉଦ୍ଧାର କରିଛି ପୁଲିସ। ଯାଜପୁର ଜିଲ୍ଲା ଜେନାପୁର ରେଲୱେ ଷ୍ଟେସନ ନିକଟରୁ ନିଖୋଜ ଛାତ୍ରଙ୍କୁ ପୁଲିସ ଉଦ୍ଧାର କରିଥିବା ଜଣାପଡ଼ିଛି।

Advertisment

ଗତ ୬ ତାରିଖରେ ୧୬ ବର୍ଷୀୟ ଯୋଗେଶ ଭୁବନେଶ୍ୱର ମୈତ୍ରୀ ବିହାର ସ୍ଥିତ ସ୍କୁଲକୁ ସାଇକେଲ ଯୋଗେ ଯାଉଥିବା ବେଳେ ବାଟରୁ ନିଖୋଜ ହୋଇ ଯାଇଥିଲେ। ଏହା ପରଠୁ ପରିବାର ଲୋକେ ଆଉ ପୁଅର ଖୋଜଖବର କରି ପାଇ ପାଇ ନଥିଲେ। ଚାରିଆଡେ ପୁଅକୁ ଖୋଜାଖୋଜି କରିଥିଲେ ମଧ୍ୟ ପୁଅର ସନ୍ଧାନ ପାଇ ନଥିଲେ। ଏନେଇ ଯୋଗେଶଙ୍କ ବାପା ମୈତ୍ରୀବିହାର ଥାନାରେ ଦ୍ୱାରସ୍ଥ ହୋଇଥିଲେ। ପରେ ଯୋଗେଶଙ୍କ ବାପା ପାଖକୁ ଏକ ଅଜଣା ନମ୍ବରରୁ ଫୋନ୍‌ ଆସିଥିଲା। ୩ ଲକ୍ଷ ଟଙ୍କା  ଦେଇ ପୁଅକୁ ନେଇଯିବାକୁ କୁହାଯାଇଥିଲା। ଏହି ବିଷୟରେ ଯୋଗେଶଙ୍କ ପିତାମାତା ମୈତ୍ରୀବିହାର ଥାନାରେ ଜଣାଇଥିଲେ। ଗତକାଲି ମଧ୍ୟ ଯୋଗେଶଙ୍କ ବାପା ମା’ ମୈତ୍ରୀବିହାର ଥାନା ଆଗରେ ଧାରଣା ଦେଇଥିଲେ। ପୁଅକୁ ଖୋଜି ଆଣିବାକୁ ବାପାମା’ ଦାବି କରିଥିଲେ।

ତେବେ ଆଜି ଜେନାପୁର ରେଲୱେ ଷ୍ଟେସନ ନିକଟରୁ ଯୋଗେଶଙ୍କୁ ଉଦ୍ଧାର କରିଛି ପୁଲିସ। ଯୋଗେଶଙ୍କୁ କିଏ ଅପହରଣ କରିଥିଲା, ନା ଏହା ପଛରେ ଆଉ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ। ଯୋଗେଶ ନିଖୋଜ ନେଇ  ପରିବାର ଲୋକ କି ପୁଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ। 

Advertisment
Odisha Police Bhubaneswar Missing Child
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe