Advertisment

ମେଡିକାଲରୁ ନିଖୋଜ ଶିଶୁପୁତ୍ର ଉଦ୍ଧାର, ମହିଳା ଅଟକ

ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ ଗତକାଲି ମଧ୍ୟାହ୍ନରୁ ନିଖୋଜ ନବଜାତ ଶିଶୁପୁତ୍ର ବିଳମ୍ବିତ ରାତିରେ ଉଦ୍ଧାର ହୋଇଛି । ଏହି ଘଟଣାରେ ଶିଶୁପୁତ୍ରକୁ ନେଇ ଯାଇଥିବା ମହିଳାଜଣଙ୍କୁ ଅଟକ ରଖିଛି ପୁଲିସ୍‌।

undefined

Infant

Advertisment

ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ ଗତକାଲି ମଧ୍ୟାହ୍ନରୁ ନିଖୋଜ ନବଜାତ ଶିଶୁପୁତ୍ର ବିଳମ୍ବିତ ରାତିରେ ଉଦ୍ଧାର ହୋଇଛି । ଏହି ଘଟଣାରେ ଶିଶୁପୁତ୍ରକୁ ନେଇ ଯାଇଥିବା ମହିଳାଜଣଙ୍କୁ ଅଟକ ରଖିଛି ପୁଲିସ୍‌।

Advertisment

ଗତକାଲି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୮ ଦିନର ଏକ ଶିଶୁ ପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ବାଲିଆପାଳ ଆଠବାଟିଆ ଅଞ୍ଚଳର ସୁଶାନ୍ତ ବାରିକ ଓ ପତ୍ନୀ ଟିକିଲି ରାଣୀ ୨ ତାରିଖ ଦିନ ନବଜାତ ଶିଶୁପୁତ୍ରକୁ ଜଣ୍ଡିସ୍ ହୋଇଥିବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।

ତେବେ ଶିଶୁଟି ପ୍ରସୂତି ବିଭାଗର ଏସଏନସିୟୁରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ମଧ୍ୟାହ୍ନରୁ ନିଜ ଛୁଆକୁ ପାଉନଥିବା ଅଭିଯୋଗ କରିଥିଲେ ଦମ୍ପତି। ପୁଅକୁ ଖୋଜି ପାଇବାକୁ ସେମାନେ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ଛୁଆକୁ ଖୋଜିବା ପାଇଁ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ତାଙ୍କ ଛୁଆକୁ ଆଣି ଦେବାକୁ ଜିଦ ଧରିଥିଲେ। ଶେଷରେ ସିଡିଏମଓ ସକାଳ ୮ଟା ସୁଦ୍ଧା ଛୁଆକୁ ଆଣି ଦେବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

Advertisment

ଏହା ପରେ ବାଲେଶ୍ୱର ପୁଲିସ ଓ ମେଡ଼ିକାଲ ଟିମ୍‌ ରାତିତମାମ ଖୋଜାଖୋଜି କରି ଶିଶୁପୁତ୍ରକୁ ଦୁର୍ଗାଦେବୀରୁ ଜଣେ ମହିଳାଙ୍କ ନିକଟରୁ ଉଦ୍ଧାର କରିଥିବା ସୂଚନା ମିଳିଛି।

ଏବେ ଶିଶୁଟିକୁ ମୁଖ୍ୟଚିକିତ୍ସାଳୟର SNCUରେ ରଖି ଚିକିତ୍ସା କରାଯାଉଥିବା ଜଣାପଡ଼ିଛି । ଶିଶୁକୁ ନେଇ ଯାଇଥିବା ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌। ତେବେ ସେ କେଉଁ ଉଦ୍ଦେଶ୍ୟ ନେଇ ପିଲାଟିକୁ ମେଡିକାଲରୁ ନେଇ ଯାଇଥିଲେ ତାହା ସ୍ପଷ୍ଟ ହୋଇ ପାରିନି।

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe