Advertisment

ପାପ ସମ୍ପର୍କକୁ ନେଇ ବ୍ଲାକମେଲ୍‌, ଘରକୁ ଡାକି ତଣ୍ଟି ଚିପିଦେଲା ବନ୍ଧୁ

ଆଶୀର୍ବାଦ ଏକାଧିକ ଝିଅଙ୍କ ସହ ଶାରୀରିକ ସଂପର୍କ ରଖୁଥିଲା। ଆଉ ସେହି ସଂପର୍କର ଦୃଶ୍ୟ ସବୁ ଆଶୁତୋଷଙ୍କ ପାଖରେ ଥିଲା। ଯେଉଁଥିପାଇଁ ଆଶୀର୍ବାଦକୁ କରୁଥିଲା ବ୍ଲାକମେଲିଂ।

ଅଦ୍ୟତନ ହୋଇଛି
Murder

Murder

Advertisment

ପାପ ସମ୍ପର୍କକୁ ନେଇ ବ୍ଲାକମେଲ କରୁଥିଲେ ବନ୍ଧୁ। ଆଉ ଏହାକୁ ନେଇ ହୋଇଥିଲା ଦୁଇ ସାଙ୍ଗଙ୍କ ମଧ୍ୟରେ କଳି। ପରବର୍ତ୍ତୀ ସମୟରେ କଳି ନେଇଥିଲା ଉଗ୍ରରୂପ। ସାଙ୍ଗର ତଣ୍ଟି ଚିପି ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲେ ସାଙ୍ଗ। ଏପରି ଲୋମହର୍ଷଣକାରୀ ଘଟଣା ଖୋର୍ଦ୍ଧା ବାଣପୁର ଥାନା ଅଞ୍ଚଳରେ ଘଟିଛି।

Advertisment

ଖୋର୍ଦ୍ଧା ବାଣପୁର ଖମାରସାହିର ପ୍ରଶାନ୍ତ ମହାପାତ୍ରଙ୍କ ପୁଅ ହେଉଛନ୍ତି ଆଶୁତୋଷ। ସେ ଯୁକ୍ତ ଦୁଇରେ ପଢୁଥିଲେ। ତାଙ୍କର ସାଙ୍ଗ ହେଉଛନ୍ତି ଆଶୀର୍ବାଦ ପ୍ରଧାନ। ଉଭୟ ବୁଲାବୁଲିଠାରୁ ଆରମ୍ଭ କରି ଖିଆପିଆ ଯାଏଁ ଏକାଠି କରୁଥିଲେ। ସେହି ବନ୍ଧୁତା ଭିତରେ ଆଶୁତୋଷଙ୍କ ମୁଣ୍ଡକୁ ଜୁଟିଥିଲା ଦୁର୍ବୁଦ୍ଧି। ଆଶୀର୍ବାଦ ଏକାଧିକ ଝିଅଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ। ଆଉ ସେହି ସବୁ ସଂପର୍କର ଦୃଶ୍ୟ ଆଶୁତୋଷଙ୍କ ପାଖରେ ଥିଲା। ସେଥିପାଇଁ ସେ ଆଶୀର୍ବାଦକୁ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ। ଆଶୀର୍ବାଦ କେତେବେଳେ ତାଙ୍କୁ ୨୦୦ ଟଙ୍କା ଦେଉଥିଲେ ତ ଆଉ କେତେବେଳେ ୫୦୦ ଟଙ୍କା।

ଟଙ୍କା ପାଇବା ପରେ ଆଶୁତୋଷଙ୍କ ଲୋଭ ବଢ଼ି ଯାଇଥିଲା। ପରବର୍ତ୍ତୀ ସମୟରେ ଅଧିକ ଟଙ୍କା ଦାବି କରିଥିଲେ। ମାତ୍ର ଏଥିରେ ଆଶୀର୍ବାଦ ରାଜି ନହେବାରୁ ସମ୍ପୃକ୍ତ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଦାବି କରିଥିଲେ। ଆଶୁତୋଷଙ୍କ ବ୍ଲାକ୍‌ମେଲିଂରେ ଆଶୀର୍ବାଦ ଅତିଷ୍ଠ ହୋଇଯାଇଥିଲେ। ସେପଟା ଲୋକ ଲଜ୍ଜା ରୂପକ ଭୟର ଖଣ୍ଡା ମଧ୍ୟ ତାଙ୍କ ମୁଣ୍ଡ ଉପରେ ଝୁଲୁଥିଲା। କ’ଣ କରିବେ? ସେହି ଚିନ୍ତାରେ ରହୁଥିଲେ ଆଶୀର୍ବାଦ।

Advertisment

୨୩ ତାରିଖ ପୂର୍ବାହ୍ନରେ ଆଶୁତୋଷ ଘରକୁ ଫେରୁଥିଲେ। ଆଶୀର୍ବାଦ ତାଙ୍କୁ ସାଙ୍ଗରେ ଡାକି ନେଇଥିଲେ। ପରେ ଏକ ଘର ଭିତରେ ଉଭୟ ମିଶି ପ୍ରବଳ ମଦ ପିଇଥିଲେ। ମଦ ନିଶାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମାଡ଼ ମରାମରି ହୋଇଥିଲା। ପରେ ଆଶୁତୋଷଙ୍କ ତଣ୍ଟି ଚିପି ଦେଇଥିଲେ ଆଶୀର୍ବଦ। ତା’ପରେ ଉକ୍ତ ଘରକୁ ବାହାର ପାର୍ଶ୍ୱରୁ ତାଲା ପକାଇ ବାହାରକୁ ଚାଲି ଆସିଥିଲେ। ମାମଲାକୁ ଦିଗହରା କରିବା ପାଇଁ ଆରମ୍ଭ କରିଥିଲେ ମୁଣ୍ଡ ଜାମିନ୍‌ର ମିଛ ନାଟକ।

ଆଶୁତୋଷଙ୍କ ବାପାଙ୍କ ପାଖକୁ ଫୋନ୍‌ କରି ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ ଆଶୁତୋଷଙ୍କୁ ମାରିଦେବେ ବୋଲି ଧମକ ଦେଇଥିଲେ। ଏହାକୁ ନେଇ ପରିବାର ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଥିଲା। ସେହ ସଂଧ୍ୟାରେ ଆଶୁତୋଷଙ୍କ ମୃତଦେହ ରଖିଥିବା ଘରକୁ ଫେରିଲେ ଆଶୀର୍ବାଦ। ଅନ୍ଧାରର ସୁଯୋଗ ନେଇ ଆଶୁତୋଷଙ୍କ ମୃତଦେହକୁ କୂଅରେ ଫିଙ୍ଗି ଦେଇଥିଲେ।

ଅନ୍ୟପକ୍ଷରେ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍‌ ମାମଲାର ଖୋଳତାଢ଼ କରିଥିଲା। ଆଶୁତୋଷଙ୍କ ବାପାଙ୍କ ପାଖକୁ ଆସିଥିବା ଫୋନ୍‌ କଲ୍‌ ଓ ଅନ୍ୟାନ୍ୟ ଦିଗରୁ ତଦନ୍ତ ଚଳାଇଥିବା ପୁଲିସ୍‌ର ସନ୍ଦେହୀ ଆଖି ଯାଇଥିଲା ଆଶୀର୍ବାଦଙ୍କ ଉପରକୁ। ପୁଲିସ୍‌ ପ୍ରଥମେ ତାଙ୍କୁ ହେପାଜତକୁ ନେଇ ଜେରା କରିଥିଲା। ଘନ ଘନ ଜେରା ପରେ ପୁଲିସ୍‌ ଆଗରେ ସବୁ ସତ ମାନିଥିଲେ ଆଶୀର୍ବାଦ। ସେ ଆଶୁତୋଷଙ୍କୁ ହତ୍ୟା କରି କୂଅରେ ମୃତଦେହ ପକାଇ ଦେଇଥିବା ସ୍ୱୀକାର କରିଥିଲେ।

ବୁଧବାର ପୁଲିସ୍‌ କୂଅ ଭିତରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

Crime Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe