Advertisment

ଏମ୍‌କେସିଜି ମେଡିକାଲ କଲେଜ ରାଗିଂ ଘଟଣା, ୫ ସିନିୟର ଛାତ୍ରଙ୍କୁ ସବୁଦିନ ପାଇଁ ହଷ୍ଟେଲ ମନା

ପୂର୍ବରୁ ସେମାନଙ୍କୁ ୬ ମାସ ପାଇଁ କଲେଜ କ୍ୟାମ୍ପସ ନମାଡ଼ିବାକୁ ମଧ୍ୟ କୁହାଯାଇଥିଲା।

MKCG Mdical College

MKCG Mdical College

Advertisment

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ୪ର୍ଥ ହଷ୍ଟେଲରେ ରାଗିଂ ଘଟଣାରେ ନିଆଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ। ରାଗିଂ କରିଥିବା ୪ର୍ଥ ହଷ୍ଟେଲର ୫ଜଣ ସିନିୟର ଛାତ୍ରଙ୍କୁ ସବୁଦିନ ପାଇଁ ହଷ୍ଟେଲ ମନା ହୋଇଛି। ଏଥିସହ ସଂପୃକ୍ତ ଛାତ୍ରମାନଙ୍କୁ ମିଳିବନି ମେଧାବୃତ୍ତି, ଫେଲୋସିପ୍ ଓ ଅନ୍ୟାନ ସୁବିଧାସୁଯୋଗ। ଆଣ୍ଟି ରାଗିଂ କମିଟିର ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କଲେଜ ଡିନ୍ ଡାକ୍ତର ସୁଚିତ୍ରା ଦାସ।

Advertisment

କିଛି ଦିନ ତଳେ ଏମ୍‌କେସିଜି ମେଡିକାଲ କଲେଜର ୪ର୍ଥ ହଷ୍ଟେଲରେ ଏମ୍‌ବିବିଏସ୍‌ ପଢ଼ୁଥିବା କିଛି ୨ୟ ବର୍ଷ ଛାତ୍ରଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବା ସହ ରାଗିଂ କରାଯାଉଥିବା ନେଇ ଏନ୍‌ଏମ୍‌ସିର ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ମେଡିକାଲ କଲେଜ ଓ ପୁଲିସ ପକ୍ଷରୁ ମିଳିତ ତଦନ୍ତ କରାଯାଇଥିଲା। ଏହି ବୈଠକରେ ଦ୍ୱିତୀୟ ବର୍ଷର କୌଣସି ଛାତ୍ର ମୁହଁ ଖୋଲି ନଥିଲେ। କିନ୍ତୁ ପରେ ଜଣେ ଦ୍ୱିତୀୟ ବର୍ଷର ଛାତ୍ର ଲିଖିତ ଭାବେ ୫ ଜଣ ସିନିୟର ଛାତ୍ରଙ୍କ ନାଁରେ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।

ଲିଖିତ ଅଭିଯୋଗ ପାଇବା ପରେ ମେଡିକାଲ କଲେଜର ଆଣ୍ଟି ରାଗିଂ ସେଲ୍‌ର ବୈଠକ ଡକାଯାଇ ସେହି ୫ ଜଣ ସିନିୟର ଛାତ୍ରଙ୍କୁ କଲେଜ। କିନ୍ତୁ ସେମାନେ ବାରମ୍ବାର ଏଭଳି ଘଟଣାରେ ସଂପୃକ୍ତ ଥିବାରୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ସ୍ୱରୂପ ପୁଣି ଥରେ ସେଲ୍ ପକ୍ଷରୁ ବୈଠକ ଡକାଯାଇ ସେମାନଙ୍କୁ ସବୁ ଦିନ ପାଇଁ ହଷ୍ଟେଲ ମନା କରାଯାଇଛି।

Advertisment

ରିପୋର୍ଟ- ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

Raging MKCG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe