Advertisment

ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବିଧାୟକ ଇରାଶିଷ ଆଚାର୍ଯ୍ୟ

୨୦୧୮ରେ ଘଟିଥିଲା ବହୁଚର୍ଚ୍ଚିତ ନାରାୟଣ ସତନାମୀ ହତ୍ୟାକାଣ୍ଡ। ଇରଶିଷଙ୍କ ସମେତ ଅନ୍ୟ ୩ ଜଣଙ୍କ ନାମରେ ରୁଜୁ ହୋଇଥିଲା ମାମଲା।

author-image
Debadatta Aryashrestha
Irashish Acharya

Irashish Acharya

ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ। ବୁଲୁ ଓରଫ ନାରାୟଣ ସତନାମୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ ଇରାଶିଷ। ୨୦୧୮ ମସିହାରେ ସଂଗଠିତ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ ଇରଶିଷଙ୍କ ସମେତ ଅନ୍ୟ ୩ ଜଣ ପ୍ରମୋଦ ପୋଢ଼, ବବୁଲୁ ନାଗ ଓ ବଣ୍ଟି ପୁରୋହିତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

Advertisment

ଏହି ଘଟଣାରେ ଇରଶିଷ ଓ ଅନ୍ୟ ୩ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଆଇପିସିର ଧାରା ୩୦୨, ୧୧୪, ୩୪ ଓ ୨୫, ୨୭, ୨୯  ଆର୍ମସ ଆକ୍ଟରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ହେଲେ ସମସ୍ତ ସାକ୍ଷ୍ୟମାନଙ୍କ ବୟାନକୁ ଭିତ୍ତି କରି ବିଧାୟକ ଇରାଶିଷଙ୍କ ସମେତ ଅନ୍ୟ ୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ ସଂଘମିତ୍ରା ଶର୍ମା। ଉକ୍ତ ଘଟଣା ସମୟରେ ବିଜେପୁର ଉପନିର୍ବାଚନବେଳେ ସଂଗଠିତ ଏକ ଗଣ୍ଡଗୋଳରେ ଆହତ ହୋଇ ଇରାଶିଷ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିଲେ ବୋଲି ଇରାଶିଷଙ୍କ ଓକିଲ କହିଛନ୍ତି।

ଇରାଶିଷ ଆଚାର୍ଯ୍ୟଙ୍କ ଓକିଲ ଶରତ କୁମାର ପ୍ରଧାନ କହିଛନ୍ତି ଯେ ୨୦୧୮ ମସିହାରେ ଇରାଶିଷ ଆଚାର୍ଯ୍ୟଙ୍କ ଭଟଲିସ୍ଥିତ ଘରେ କିଛି ବିଜେପି କର୍ମୀ ରହୁଥିଲେ। ଯେତେବେଳେ ବିଜେପୁର ଉପନିର୍ବାଚନ ଚାଲିଥିଲା, ସେଠାରେ ଇରାଶିଷଙ୍କ ଉପରେ ଏକ ମରଣାନ୍ତକ ଆକ୍ରମଣ ହୋଇଥିଲା। ସେ ଯାଇ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିଲେ। ସେହି ସମୟରେ ଇରାଶିଷଙ୍କ ଘରେ ବନ୍ଧୁକ ଫୁଟି ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଇରାଶିଷଙ୍କ ସମେତ ଅନ୍ୟ ତିନିଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ହେଲେ ସମସ୍ତ ସାକ୍ଷ୍ୟମାନଙ୍କ ବୟାନ ଆଧାରରେ ସମସ୍ତ ମୁଦଲାଙ୍କୁ ଆଜି କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Advertisment
Bjp Murder Irasis Acharya